ଭାରତ

ପୁଣି ୫୦ଟଙ୍କା ବଢିଲା ଗ୍ୟାସଦର

ନୂଆଦିଲ୍ଲୀ:କିଛିଦିନର ବ୍ୟବଧାନପରେ ପୁଣି ବଢିଲା ଗ୍ୟାସଦର ।ଫଳରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧିହୋଇ ସାଧାରଣ ଜନତା ମହଙ୍ଗା ମାଡର ସମ୍ମୁଖିନ ହୋଇଛନ୍ତି । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି ।ବର୍ତ୍ତମାନର ଦରବୃଦ୍ଧି ଯୋଗୁ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ୍ ୧୦୫୩ ଟଙ୍କା ରହିଛି । ସେପଟେ ବ୍ୟବସାୟୀକ ସିଲିଣ୍ଡରର ଦାମ୍ ହ୍ରାସ କରାଯାଇଥିବା କୁହାଯାଇଛି । ଅନ୍ୟପଟେ ୧୯ କେଜି କମର୍ସିଆଲ ସିଲିଣ୍ଡ ମୂଲ୍ୟ ହ୍ରାସ ପାଇଛି । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ୫୦ ପଇସା କମିଛି । କିଛି ଦିନ ପୂର୍ବରୁ କମର୍ସିଆଲ ସିଲିଣ୍ଡରର ଦର ବୃଦ୍ଧି ପାଇଥିବାବେଳେ ଆଜି ୮ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ ।

Related posts

ମଣିପୁର ହିଂସା ; କୁକୁ ସମ୍ପ୍ରଦାୟର ୩ଜଣଙ୍କୁ ଗୁଳି ମାରି ହତ୍ୟା 

mahabharatanews

୩୬ ଘଣ୍ଟାରେ ପାକିସ୍ତାନର ମାକରନ ଉପକୂଳ ଛୁଇଁବ ଶାହିନ

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews