ଭାରତ

ଢେଲା ନଦୀକୁ କାର୍ ଖସି, ୯ ମୃତ, ଜଣେ ନିଖୋଜ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା ।ନଦୀକୁ ଖସିଲା କାର୍ । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି । ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।କାରଟି ଢେଲା ନଦୀ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଖବର ପାଇ ତୁରନ୍ତ NDRF, ଅଗ୍ନିଶମ ବିଭାଗ ତଥା ପୁଲିସ୍‌ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଜବତ କରିଥିବା ବେଳେ ଜଣଙ୍କ ପତ୍ତା ମିଳୁନି । ଏହାଛଡା ଏକ ଛୋଟ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୪୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଦେଶରେ ଦିନକରେ ୧୪,୧୪୮ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଭାଙ୍ଗିଲା ଶ୍ରଦ୍ଧା କପୁରଙ୍କ ଗୋଡ଼

mahabharatanews