ଭାରତ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ନରା ସହରରେ ଭାଷଣ ଦେଉଥିବା ଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।ସୂଚନାନୁସାରେ , ପଶ୍ଚିମ ଜାପାନର ନରା ସହରରେ ନିର୍ବାଚନ ପ୍ରଚାର ଭାଷଣ ଦେଉଥିବା ବେଳେ ରକ୍ତାକ୍ତ ହୋଇ ପଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେ‌ତେବେଳେ ବନ୍ଧୁକ ଫୁଟିବା ପରି ଶବ୍ଦ ଶୁଭିଥିଲା।

ଘଟଣାସ୍ଥଳରେ ପୁଲିସ ସନ୍ଦିଗ୍ଧ ୪୨ ବର୍ଷିୟ ବ୍ୟକ୍ତିଜଣଙ୍କୁ ଗିରଫ କରିବା ସହ ସେ ଗୁଳିଚଳାଇଥିବା ବନ୍ଧୁକଟିକୁ ଜବତ କରିଛି। ଅଚେତ ହୋଇ ପଡ଼ିଯାଇଥିବା ଶିଞ୍ଜୋଙ୍କ ଜୀବନ ରକ୍ଷା କରିବା ଲାଗି ଘଟଣାସ୍ଥଳରେ ଥିବା ‘ପାରା ମଡେିକ୍‌’ମାନେ ମଧ୍ୟ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ‘ଏନ୍‌ଏଚ୍‌କେ’ର ଜଣେ ରିପୋର୍ଟର୍‌ କହିଛନ୍ତି, ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ରେ ଆବେ ଭାଷଣ ଦେଉଥିବା ବେଳେ ସେମାନେ କ୍ରମାଗତ ଦୁଇ ଥର ବିସ୍ଫୋରଣ ଶବ୍ଦ ଶୁଣିଥିଲେ।

ଗୁଳି ଚୋଟରେ ଆହତ ୬୭ ବର୍ଷିୟ ଆବେଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା କଥା କେତେକ କହୁଛନ୍ତି। ବିଦେଶୀ ଗଣମାଧ୍ୟମଗୁଡ଼ିକର ସଦ୍ୟତମ ସୂଚନା ଅନୁସାରେ, ତାଙ୍କଠାରେ ଜୀବନ ଥିବାର କୌଣସି ସଙ୍କେତ ଦେଖାଯାଉ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ହୃଦ୍‌ଘାତ ହୋଇଥିବା କଥା ଜାପାନ ଅଗ୍ନିଶମ ବିଭାଗ ସୂଚନା ଦେଇଛି ବୋଲି ‘ଏନ୍‌‌ଏଚ୍‌କେ’ ରିପୋର୍ଟ କରିଛି।

Related posts

‘ଗଦ୍ଦର-୨’ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଯାତ୍ରୀବାହୀ ବସକୁ ଅଟକାଇଲା ଜଙ୍ଗଲୀ ହାତୀ

mahabharatanews