ଭାରତ

‘ଗଦ୍ଦର-୨’ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

(ଦିଲ୍ଲୀ)  : ଅଗଷ୍ଟ ୧୦ରେ ରିଲିଜ୍ ହୋଇଯାଇଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଗଦ୍ଦର-୨  । ଯାହା ପରେ ସାରା ଦେଶରେ ଏହି ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଖାସ କଥା ହେଲେ ସନ୍ନି ଦେୱଲଙ୍କ ଫିଲ୍ମ ଗଦ୍ଦର-୨  ଦେଖିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଏହି ଫିଲ୍ମର ସ୍କ୍ରିନିଂ ହୋଇଯାଇଛି  । ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ଅନିଲ ଶର୍ମା ।

ସୂଚନାନୁଯାୟୀ , ସନି ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମଟି ମାତ୍ର ଦୁଇ ଦିନରେ ୮୦ କୋଟିରୁ ଅଧିକ ରୋଜଗାର କଲାଣି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା  ସନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ପ୍ରଥମ ଦିନର ଆୟ ଅଭିନେତା ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ରେକର୍ଡ ଭାଙ୍ଗିଛି।

Related posts

ଥମୁନି ମଣିପୁର ହିଂସା ; ଜାଳିଦେଲେ ବିଜେପି ଅଫିସ  

mahabharatanews

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

ଆସନ୍ତାକାଲି ନେଟଫ୍ଲିକ୍ସରେ ଷ୍ଟ୍ରିମିଂହେବ ‘ଓଏମ୍‌ଜି-୨’

mahabharatanews