ଓଡିଶା

ସୁନା ବେଶରେ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ସୁନାର ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ। ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହେବ ସୁନାବେଶ । ସନ୍ଧ୍ୟା ୬ଟା ବେଳକୁ ମହାପ୍ରଭୁଙ୍କର ଏହି ମନଲୋଭା ବେଶକୁ ଦେଖିପାରିବେ ଭକ୍ତ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ନିଆଯାଇଛି ।

ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ରଥ ଉପରକୁ ସୁନା ନିଆଯିବ । କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଅନେକ ସୁନା ଆଭୂଷଣ ରହିଛି । ଭକ୍ତମାନେ ସୁନାବେଶକୁ ରାତି 11ଟା ପର୍ଯ୍ୟନ୍ତ ଦେଖିପାରିବେ । ଏହାପରେ ବେଶଓଲାଗି ହେବ । ଶ୍ରୀଜିଉମାନେ ମନ୍ଦିର ଭିତରେ ଦୋଳପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ଦଶହରା ଦିନ ମଧ୍ୟ ସୁନାବେଶ ହୋଇଥାନ୍ତି । କିନ୍ତୁ ରଥ ଉପରେ ସୁନାବେଶ ଆଜି ହେବେ ।

Related posts

୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ

mahabharatanews

କରୋନା ପାଇଁ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ସହାୟତା

mahabharatanews

କୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫ

mahabharatanews