ଓଡିଶା

କାଶୀପୁରରେ ଭିଭିଓ କଲେରା ଭୂତାଣୁ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁରରେ ଭିଭିଓ କଲେରା ଭୂତାଣୁ ଚିହ୍ନଟ ହୋଇଛି। ଆରଏମଆରସିକୁ ନମୁନା ପରୀକ୍ଷା ପାଇଁ ପଠାଯିବା ପରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଭିଭିଓ କଲେଜା ଭୂତାଣୁ ଯୋଗୁ ହଇଜା ବ୍ୟାପୁଥିବା ଜଣାପଡିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ହଇଜାରେ ୮୦ରୁ ଊର୍ଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଗକୁ ଯେମିତି ମୃତ୍ୟୁ ସଂଖ୍ୟା ନ ବଢିବ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ପାନୀୟ ଜଳକୁ ପିଇବା ଉପଯୋଗୀ କରିବା ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। କାଶୀପୁରରେ ୫ ଦିନ ଧରି ପ୍ରବଳ ବର୍ଷା ଫଳରେ ପାନୀୟ ଜଳରେ ଭୂତାଣୁ ଓ ବ୍ୟକ୍ଟେରିଆ ସୃଷ୍ଟି ହୋଇଥିବା ଜଣାପଡିଛି।

ମାରାତ୍ମକ ଭିଭ୍ରିଓ କଲେରା କଣ?
କଲେରା ତୁଳନାରେ ଭିଭ୍ରିଓ କଲେରା ଅଧିକ ମାରାତ୍ମକ ହୋଇଥିାଏ। ପ୍ରାଥମିକ ଅବସ୍ଥାରେ ଏହାର ଲକ୍ଷଣ ଜଣାପଡିନଥାଏ। ତେବେ କିଛି ଘଣ୍ଟା ମଧ୍ୟରେ ରୋଗୀ ଗୁରୁତର ହୋଇପଡିଥାନ୍ତି। କଲେରା ତୁଳନାରେ ଭିଭ୍ରିଓରେ ମୃତ୍ୟୁ ସମ୍ଭାବନା ଅଧିକ ରହିଥାଏ। ଭିଭ୍ରିଓ କଲେରା ଦ୍ୱାରା ପ୍ରବଳ ଝାଡା ସହିତ ବାନ୍ତି ମଧ୍ୟ ହୋଇଥାଏ। ଲୁଣିଆ ପାଣିରେ ସାଧାରଣତଃ ଏହି ଭୂତାଣୁ ରହିଥାଏ। ଝାଡା ସହିତ ବାନ୍ତିର ଲକ୍ଷଣ ଜଣାପଡିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।

Related posts

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

mahabharatanews

ବିଧାୟକ ଅମର ଶତପଥୀଙ୍କ ୪ କର୍ମଚାରୀ କରୋନା ପଜିଟିଭ

mahabharatanews

ବଢୁଛି  ହାତୀ ଉପଦ୍ରଵ; ଘର ଭାଙ୍ଗି ଖାଇଗଲେ ଧାନ 

mahabharatanews