ଓଡିଶାଖେଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଅଭିନେତା ଆର ମାଧବନ

ଭୁବନେଶ୍ୱର : ଭୁବନେଶ୍ୱର ବହୁତ ସଫାସୁତରା । ମୁଁ ଅଧିକ ଦେଖିନାହିଁ କିନ୍ତୁ ଯେତିକି ଦେଖିଛି ସେଥିରୁ ଭୁବନେଶ୍ୱର ବେସ ସ୍ୱଛ । ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା କେବେ ଶୁଣାଯାଇ ନଥିଲା । କେବଳ ରାଜନୈତିକ ଅଙ୍କକଶା ଦ୍ୱାରା ଲମ୍ବା ଅବଧି ପାଇଁ କ୍ଷମତାର କେହି ରହିପାରିବେ ନାହିଁ । ଏଥିପାଇଁ ଲୋକ ସମର୍ଥନ ଆବଶ୍ୟକ । ଏହା ସହ କଳିଙ୍ଗ ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କିଛି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୁଳକ ସାକ୍ଷାତ ସମୟରେ ଏଭଳି କହିଛନ୍ତି ଅଭିନେତା ଆର ମାଧବନ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ୍ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଓ ପରିବାର । ଏହି ଅବସରରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ମାଧବନ । ସାକ୍ଷାତ କାଳରେ ମାଧବନଙ୍କ ପୁଅ ଭେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ମାଧବନ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଚମତ୍କାର । ମୁଖ୍ୟମନ୍ତ୍ରୀ ମଧ୍ୟ ନିକଟରେ ମୁକ୍ତିଲାଭ କରିଥିବା ମାଧବନଙ୍କ ଫିଲ୍ମ ରକେଟାରୀର ଉଲ୍ଲେଖ କରି ଫିଲ୍ମକୁ ପ୍ରଶଂସା କରିଥିଲେ । ଉତ୍ତରରେ ମାଧବନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂର ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱରର ପରିବେଶକୁ ମାଧବନ ପ୍ରଶଂସା କରିଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ, ମାଧବନ ଓ ତାଙ୍କ ପରିବାର ସମେତ ୫ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ସବୁଠୁ ବଡ କଥା ହେଲା ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଏକାଧିକ ଜାତୀୟ ରେକର୍ଡ଼ ସହ ଭାରତୀୟ ସନ୍ତରଣର ନୂଆ ଭବିଷ୍ୟତ ଭାବେ ଉଭା ହୋଇଛନ୍ତି ।

ତେବେ କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ ଉଦଯାପିତ ପ୍ରତିଯୋଗିତାରେ କର୍ଣ୍ଣାଟକକୁ ସର୍ବାଧିକ ୭୮ଟି ପଦକ ମିଳିଛି । ମହାରାଷ୍ଟ୍ର ୪୨ ଓ ତେଲେଙ୍ଗାନା ୧୭ ପଦକ ପାଇଥିବାବେଳେ ଓଡ଼ିଆ ପଦକ ଶୂନ୍ୟ ରହିଥିଲା । ମୋଟ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ମୋଟ ୨୦ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

 

Related posts

ବଡ଼ଦିନରେ ଉଦାହରଣ ସାଜିଲେ କରଣ

mahabharatanews

ବଢୁଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୨୧୧ ରୋଗୀ ଚିହ୍ନଟ 

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews