ଓଡିଶାରାଜନୀତି

୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ

ଭୁବନେଶ୍ୱର;ଚାଷ ଜମିକୁ ଜଳ ଯୋଗାଣ ନେଇ ବିହିତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।ମନ୍ତ୍ରୀ କହିଛନ୍ତି ଯେ, ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ ୧୫ ହଜାର ୮୭୬ ଚେକଡ୍ୟାମ ନିର୍ମାଣ ଲାଗି ସରକାର ପ୍ରସ୍ତାବ ରଖିଛନ୍ତି । ସେଥି ମଧ୍ୟରୁ ୩ ବର୍ଷ ମଧ୍ୟରେ ଅର୍ଥାତ ୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୮ ଶହ ୧୧ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରାଯାଇଛି । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

Related posts

ଭାବି ସ୍ୱାମୀକୁ ଚୂନ ଲଗାଇଲା କନ୍ୟା

mahabharatanews

କଲେରା ଝାଡାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

mahabharatanews

ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି

mahabharatanews