ଭାରତମନୋରଞ୍ଜନ

ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅମିଷା

ମୁମ୍ବାଇ:ନିଜର ହଟ୍ ଅନ୍ଦାଜ ନୁହେଁ ବରଂ ଠକିବା ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି ଅମିଷା ପଟେଲ୍ । ଅମିଷାଙ୍କ ପିଛା ଛାଡୁନି ସମସ୍ୟା।ପବନ ବର୍ମା ନାମକ ବ୍ୟକ୍ତି ଡ୍ରିମ ଭିଜନ ନାମରେ ମୁରାଦାବାଦରେ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅମିଷାଙ୍କୁ ୨୦୧୭ ନଭେମ୍ବର ୧୬ରେ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବାର ଥିଲା। ଏଥିପାଇଁ ସେ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ। ଅଭିନେତ୍ରୀ ଦିଲ୍ଲୀ ପର୍ୟ୍ୟନ୍ତ ଆସିଲେ। ପୁଣି ଦିଲ୍ଲୀରୁ ମୁରାଦାବାଦ ଅଧିକ ଦୂର କହି ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଇଭେଣ୍ଟ କମ୍ପାନୀ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅମିଷା କିଛି ନଜଣାଇ ଫେରି ଯାଇଥିଲେ।ତାଙ୍କୁ ଦିଆଯାଇଥିବା ତାରିଖରେ ହାଜର ନହେବାରୁ କୋର୍ଟ ଅମିଷାଙ୍କ ବିରୋଧରେ ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି। ଏବେ ଅମିଷାଙ୍କୁ ଅଗଷ୍ଟ ୨୦ରେ ହାଜର ହେବାକୁ କୁହାଯାଇଛି। ଅମିଷା ଏ ପର୍ୟ୍ୟନ୍ତ ଅଗ୍ରୀମ ବାବଦରେ ନେଇଥିବା ୧୧ ଲକ୍ଷ ଟଙ୍କା ବି ଫେରାଇ ନାହାନ୍ତି ଇଭେଣ୍ଟ କମ୍ପାନୀ ଅଭିଯୋଗ କରିଛନ୍ତି ।ତେବେ ଏହି ମାମଲା ୫ ବର୍ଷ ତଳର ରହିଛି। କିନ୍ତୁ ଏହି ମାମଲାର ଶୁଣାଣି ଏବେ ହେଉଛି।

Related posts

ଏନସିବିର ପୂର୍ବତନ ଅଫିସର ସମୀର ୱାଙ୍ଖେଡ଼େଙ୍କ ନାଁରେ ଦୁର୍ନୀତି ଅଭିଯୋଗ

mahabharatanews

ଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶ

mahabharatanews

ହନି ସିଂ ଏବଂ ଟିନା ଥଡାନୀଙ୍କ ବ୍ରେକଅପ

mahabharatanews