ଓଡିଶା

୨୦ କିଲୋ ଚାଉଳ , ୨ କିଲୋ ମାଛରେ ଚଳୁଛି ପରିବାର

ଦଶପଲ୍ଲୀ : ଭଙ୍ଗା କୁଡିଆରେ ବିତୁଛି ୪ କୁଟୁମ୍ବଙ୍କ ଜୀବନ । ମାଛ କିଲୋ ଦୁଇ କିଲୋ ହେଉଛି ତାଙ୍କ ସାହାରା । ଭୋକ ମେଣ୍ଟାଉଛି ଏହି ଧରାଯାଉଥିବା ମାଛ । ଖାଲି ଭୋକ ମେଣ୍ଟାଉନି ତ ବରଂ ପରିବାର ଚଳାଉଛି ମାଛ କିଲୋ ଦୁଇକିଲୋ । ଯେଉଁ ଦିନ ମାଛ ନାହିଁ ସେ ଦିନ ଖାଦ୍ୟ ନାହିଁ । ନାଁ ଅଛି ଘର ନାଁ ଅଛି କିଛି ସରକାର ସହୟତା । ମୁଣ୍ଡ ଗୁଞ୍ଜିବା ପାଇଁ ବାସ ଅଛି ତ ଭଙ୍ଗା ମାଟିକୁଡିଆ । ସେ ପୁଣି ମିଳିଛି ବହୁ ଅଭିଯୋଗ ପରେ ହାତଗୁଞ୍ଜା ଦେବା ପରେ ବସୁନ୍ଧରା ଯୋଗନାରେ ଖଣ୍ଡେ ଜାଗା ମିଳିଛି । ଏହି ଭଙ୍ଗା କୁଡିଆଟିରେ ବିତୁଛି ୪ଟି କୁ଼ୁଟୁମ୍ବଙ୍କ ଜୀବନ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲୀ ବ୍ଲକ୍ ସରିଗଣ୍ଡା ଗ୍ରାମ ପଞ୍ଚାୟତା ଡାଳପଦର ଗ୍ରାମରେ ।

ଗ୍ରାମରେ କୈଳାସ ଘଡେଇଙ୍କ ପରିବାର କହିଲେ ପତ୍ନୀ ସବିତା ଓ ଗୋଟିଏ ପୁଅ ,ଗୋଟିଏ ଝିଅ । ଏହି ୪ କୁଟୁମ୍ବ କୁଅାଁରିଆ ଜଳଭଣ୍ଡାରରୁ ମାଛ ମାରିଲେ ସେଥିରେ ପରିବାର ଚଳୁଛି। ଜମିବାଡ଼ି ଗୁଣ୍ଠେ ନଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦ କିଲୋ ଚାଉଳ ସାହାରା ସାଜିଛି। ଜାଗା ନଥିବା ହେତୁ ଘର ଖଣ୍ଡେ ପାଇଁ କେହି ବି ଶୁଣୁ ନଥିଲେ। ଜାଗା ପାଇଁ ବାରମ୍ବାର ଦରଖାସ୍ତ କରିବା ପରେ କିଏ ମାଛ ତ ପୁଣି କିଏ ହାତଗୁଞ୍ଜା ନେବା ପରେ ବହୁ କଷ୍ଟରେ ବସୁନ୍ଧରା ଯୋଜନାରେ ୨୦୨୦ ମାର୍ଚ୍ଚ ମାସରେ ଡାଳିପଦର ମୈାଜାର ୫୫/୩୦୬ରେ ଘରବାରି ପଟ୍ଟାଖଣ୍ଡେ ମିଳିଛି। ହେଲେ ଏହି ପ୍ଲଟ୍ଟି କେଉଁଠି ତାହା ଏଯାଏଁ ଚିହ୍ନଟ କରାଯାଉନାହିଁ।

ଏହା ମଧ୍ୟରେ ଜାଗା ଚିହ୍ନଟ କରିଦେବାକୁ କହି ଆର୍ଆଇ କାର୍ଯ୍ୟାଳୟରୁ ଜଣେ ବ୍ୟକ୍ତି ଆସି ୩ ମାସ ହେବ ୩ ଶହ ୬୦ ଟଙ୍କା ନେଇଥିବା ବେଳେ କାହାରି ଦେଖା ମଧ୍ୟ ମିଳୁନି। ଏପଟେ ଘର ଖଣ୍ତିକ ଓହଳିପଡ଼ି ଭୂଇଁକୁ ଲାଗି ପଡ଼ିଲାଣି। କେତେବେଳେ ବି ତାହା ଭାଙ୍ଗି ପଡ଼ିପାରେ। ଏଭଳି ସ୍ଥିତିରେ ହାତରେ ପଟ୍ଟା ଖଣ୍ତିକ ଧରାଇ ଦେଇ ତହସିଲ କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇ ଦେଇଥିବା ବେଳେ ଆବାସ ଯୋଜନା ସାତସପନ ପାଲଟିଛି।

Related posts

ଚାଷୀ ଓ ଚାଷକୁ ହତ୍ୟା କରୁଛି ରାଜ୍ୟ ସରକାର ; ବିଜେପି

mahabharatanews

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

mahabharatanews

କଡା ସୁରକ୍ଷା ବଳୟ ଭିତରେ ସମ୍ବଲପୁର 

mahabharatanews