ଓଡିଶାଭାରତରାଜନୀତି

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

ଏମପିଇଡିଏର ସଦସ୍ୟ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏମପିଇଡିଏର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଉପ ସଚିବ ସତୀଶ ମେସରା ଚିଠି ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (ଏମପିଇଡିଏ)ର ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ତାଙ୍କ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ସାମୁଦ୍ରିକ ଉତ୍ପାଦ ଶିଳ୍ପକୁ ଆଗକୁ ନେବା ପାଇଁ ମୋର ମୂଲ୍ୟବାନ ଅବଦାନକୁ ଅପେକ୍ଷା କରିଛି ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି।
ସୂଚନାଯୋଗ୍ୟ ୧୯୭୨ ମସିହାରେ ସଂସଦରେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (ଏମପିଇଡିଏ)ର ଗଠନ କରାଯାଇଥିଲା। ଏହାପୂର୍ବରୁ ଭାରତ ସରକାରଙ୍କ ଦ୍ବାରା ୧୯୬୧ରେ ପ୍ରତିଷ୍ଠିତ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ପ୍ରୋତ୍ସାହନ ପରିଷଦ ୨୫ ଅଗଷ୍ଟ ୧୯୭୨ରେ ସଂସଦ ଦ୍ବାରା ଗଠିତ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (ଏମପିଇଡିଏ)ରେ ରୂପାନ୍ତରିତ ହୋଇଯାଇଥିଲା। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (ଏମପିଇଡିଏ)କୁ ଦେଶରୁ ରପ୍ତାନି ହେଉଥିବା ସାମୁଦ୍ରିକ ଉତ୍ପାଦ ସହ ଜଡିତ ଶିଳ୍ପକୁ ବିଶେଷ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ଅଲଗା ହେଲେ ହାର୍ଦ୍ଦିକ-ନତାଶା

mahabharatanews

୨୪ ଘଣ୍ଟାରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ତୃତୀୟ ଥର ପାଇଁ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ 

mahabharatanews