ଓଡିଶା

ଲୋକପିୟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ପରଲୋକ

କୋଲକାତା: ଲୋକପିୟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ବୋଲି ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ହୃଦଘାତରେ ପରଲୋକ ହୋଇଛି। ନିର୍ମଳା ମିଶ୍ର ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ।

ଷାଠିଏ ଓ ସତୁରି ଦଶରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରର ଗୀତରେ କଣ୍ଠଦାନ କରିଥିଲେ। ତାଙ୍କର ଜନପ୍ରିୟ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ…, ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ… ଯା ଯାରେ ଯା ମନପବନ ନଉକା…, ମାୟାବିନି ଏଇ ରାତି…, ନା ମାରନା…., ଛାଡ଼ ଛାଡ଼ ମୋର ଅଞ୍ଚଳ…, ହେମହାରିଣୀ ମଥାରମଣି…, ଢେଉ ଢେଉକା ପାହାଡ଼ ତଳେ…, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା… ଆଦି। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

Related posts

ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

mahabharatanews

କୋଭିଡ-୧୯ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସରକାରୀ ଯନ୍ତ୍ରୀ

mahabharatanews