ଭାରତ

ମଧ୍ୟପ୍ରଦେଶ ଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡ

୧୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ସୂଚନା

ଜବଲପୁର: ଜବଲପୁର ଜିଲ୍ଲାର ଘରୋଇ ନ୍ୟୁ ଲାଇଫ ସ୍ପେସିଆଲିଟି ହସ୍ପିଟାଲରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଲୋକ ଜଳିଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ରୋଗୀ ଏବଂ ଡାକ୍ତରଖାନାର କର୍ମଚାରୀ ଅଛନ୍ତି। ବହୁ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ଦୃଶ୍ୟ ଗୁଡିକ ବିଲ୍ଡିଂରୁ ଏକ ବିରାଟ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ଅପରାହ୍ନରେ ଜବଲପୁରର ଦାମୋହା ନାକା ନିକଟ ନ୍ୟୁ ଲାଇଫ୍ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହା ଏକ ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ବୋଲି ଜଣାପଡିଛି।
ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ ଏହି ଅଗ୍ନିକାଣ୍ଡ ଏକ ବୈଦ୍ୟୁତିକ ଉପକରଣ ଦ୍ୱାରା ହୋଇଥିବାର ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ। ପ୍ରଶାସନ କହିଛି ଯେ ଅନେକ ଲୋକଙ୍କୁ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସମ୍ଭାବ୍ୟ ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ କରାଯାଉଛି। ଜବଲପୁର ମୁଖ୍ୟ ପୋଲିସ ଅଧୀକ୍ଷକ ଅଖିଳେଶ ଗୌର କହିଛନ୍ତି, ଏହା ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଏବଂ ଡାକ୍ତରଖାନା ଭିତରେ ଫସି ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସି ଚୌହାନ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ସେହିଭଳି ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି। ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related posts

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଘନିଷ୍ଠ ସହଯୋଗୀଙ୍କ ଘରୁ ବାହରିଲା ବନ୍ଧୁକ

mahabharatanews

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

mahabharatanews

ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଖୁଲାସା, ଲୋକଙ୍କ ମନରେ ଭୟ ବଜାୟ ରଖିବା ପାଇଁ ଉମେଶଙ୍କୁ କରିଥିଲା ହତ୍ୟା

mahabharatanews