ଭାରତରାଜନୀତି

ଇଡିର ସମନକୁ ମୁଁ ଡରେ ନାହିଁ: ଖାଡଗେ

ଇଡି, ସିବିଆଇର ଦୁରୁପଯୋଗ ନେଇ ଗୃହ ଅଚଳ
ନୂଆଦିଲ୍ଲୀ: ଇଡି ଓ ସିବିଆଇର ଦୁରୁପଯୋଗ ନେଇ ବିରୋଧୀ ଦଳ ପକ୍ଷରୁ ସଂସଦର ଉଭୟ ସଦନରେ ଅଚଳାବସ୍ଥା ଜାରି ରହିଛି। ଫଳରେ ଗୃହ କାର୍ଯ୍ୟକୁ ଦିନ ୨ ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଇଡି ଡକାଇବା ନେଇ ପ୍ରଶ୍ନ ଉଠାଇଛନ୍ତି। ମଲ୍ଲିକାର୍ଜୁନ ଖାଡର୍ଗେ କହିଛନ୍ତି ଯେ ଯେତେବେଳେ ସଂସଦ ଚାଲିଛି, ସେତେବେଳେ ମୋତେ ଇଡିରୁ ଡକା ଯାଇଥାଏ। ତୁମେ ତୁରନ୍ତ ଆସି ହାଜର ହୁଅ। ମୋତେ ୧୨ଟା ୩୦ ରେ ଯିବାକୁ ପଡିବ। ମୁଁ ଆଇନକୁ ସମ୍ମାନ କରେ। ମୁଁ ନିୟମ ମାନିବାକୁ ଚାହୁଁଛି, କିନ୍ତୁ ଗୃହ କାର୍ଯ୍ୟ ଚାଲୁଥିବାବେଳେ ମୋତେ ଡାକିବା ଠିକ୍ କି? ଗତକାଲି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ଘେରି ରହିଥିଲା। ଗଣତନ୍ତ୍ର ଏହିପରି ବଞ୍ଚିବ କି? ଆମେ ସମ୍ବିଧାନ ଅନୁଯାୟୀ କାର୍ୟ୍ୟ କରିବାକୁ ସମର୍ଥ ହେବୁ କି? ଆମେ ଭୟ କରିବୁ ନାହିଁ, ଆମେ ଯୁଦ୍ଧ କରିବୁ। ଏହି ସମସ୍ୟା ବିଷୟରେ ଆଲୋଚନା କରିବାକୁ ଆମେ ଆପଣଙ୍କୁ ନିବେଦନ କରୁଛୁ।
ଏହାପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସିବିଆଇ, ଆଇଟି ନିୟମ ଅନୁଯାୟୀ ସରକାରୀ ଅନୁସନ୍ଧାନକାରୀ ସଂସ୍ଥା ଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲିକାର୍ଜୁନ ଖାଡର୍ଗେ ଏବଂ କଂଗ୍ରେସ ସାଂସଦ କେସି ଭେନୁଗୋପାଲଙ୍କ ନୋଟିସକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଆନ୍ଦୋଳନ ଯୋଗୁଁ ଗୃହର ପ୍ରକ୍ରିୟା ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ସ୍ଥଗିତ ରଖିବାକୁ ପଡୁଥିଲାବେଳେ ଏହି ବିଶୃଙ୍ଖଳା କାରଣରୁ ଲୋକସଭା ମଧ୍ୟ ଅପରାହ୍ନ ୨ ଟା ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତେବେ ବୁଧବାର ଇଡି ପକ୍ଷରୁ ଦିଲ୍ଲୀ ସ୍ଥିତ ହେରାଲ୍ଡ ହାଉସକୁ ସିଲ କରିଦିଆଯାଇଥିଲା। ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ପ୍ରଥମେ ଚଢାଉ କରାଯାଇଥିଲା। ସେପଟେ ଇଡି ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଘନ ଘନ ଜେରା କରାଯାଇଥିଲା।

Related posts

ଏନଡିଏ ମେଣ୍ଟ ପୁଣି ବିପୁଳ ଭୋଟରେ ବିଜୟୀ

mahabharatanews

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

mahabharatanews

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

mahabharatanews