ଓଡିଶା

ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍‌ ପଟ୍ଟନାୟକଙ୍କର ହୃଦ୍‌ଘାତରେ ପରଲୋକ

କଟକ: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । କଟକ ସ୍ଥିିତ ସିଡ଼ିଏ-୯ ନମ୍ବର ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ବହୁ ଓଡ଼ିଆ ମେଗା ଧାରାବାହିକରେ ବି ସଂଳାପ ରଚନା କରିଛନ୍ତି ରଣଜିତ୍‌। ରଣଜିତ ଏକାଧାରରେ ଜଣ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ଓ ସଙ୍ଗୀତକାର ମଧ୍ୟ ।କିଛି ଦିନ ହେଲା ସେ ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢୁଛି କଳା କହ୍ନେଇ’। ସେ ସଂଳାପ ଦେଇଥିବା ଲୋକପ୍ରିିୟ ସିନୋମା ମଧ୍ୟରେ ରହିଛି ‘ପ୍ରେମୀ ନମ୍ବର-୧’, ‘ବର୍ଷା ମାଇଁ ଡାର୍ଲିଂ’, ‌‘ପ୍ରେମ ଋତୁ ଆସିଲାରେ’, ‘ମୋତେ ତ ଲଭ୍‌ ହେଲାରେ’, ‘ମୁଁ ତତେ ଲଭ୍‌ କରୁଛି’, ‘୧୪୩ ଆଇ ଲଭ୍‌ ୟୁ’, ‘ଡନ୍‌’ ଇତ୍ୟାତି।

ପ୍ରାୟ ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଲେଖିଥିବା ବେଳେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପର୍‌ହିଟ୍‌। ସେ କାନାରା ବ୍ୟାଙ୍କ୍‌ରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ଓ ଜଣେ ପୁତ୍ର ସନ୍ତାନ ଅଛନ୍ତି। ରଣଜିତଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଭିଡ଼ ଲାଗିଛି ।

Related posts

ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

mahabharatanews

୩ରୁ ପ୍ରବଳ ବର୍ଷା ସମ୍ଭାବନା ,୧୪ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣଂ ଜାରି

mahabharatanews

ସରକାରୀ ତହବିଲ ଆତ୍ମସାତରେ ମାଷ୍ଟର ପ୍ରଣବ ବଳବନ୍ତରାୟ

mahabharatanews