ଓଡିଶା

ଦୁଇ ସେବାୟତ ନିଯୋଗ ମଧ୍ୟରେ ବିବାଦ

ହୋଇପାରିଲାନି ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର: ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଫଳରେ ମହାପ୍ରଭୁ ଲିଙ୍ଗଲାଜଙ୍କ ନୀତିକାନ୍ତି ହୋଇପାରିନାହିଁ। ଫଳରେ ବୁଧବାର ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ଉଠିପାରିନଥିଲା। ବର୍ଷ ବର୍ଷର ପରମ୍ପରା ଭାଙ୍ଗିଥିଲା। ଉଭୟ ନିଯୋଗର ବିବାଦ ଯୋଗୁ ମହାପ୍ରଭୁ ଦୁଇ ଦିନ ଧରି ଅଖିଆ ଅପୂଜା ହୋଇ ରହିଥିଲେ। ସୂଚନା ଅନୁସାରେ ମହାପ୍ରଭୁ ଲିଙ୍ଗରାଜଙ୍କ ପଇତା ଲାଗି ନୀତି ଘଟଣାକୁ ନେଇ ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଥିଲା। ପୂଜା ପଣ୍ଡା ସେବାୟତମାନେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପଇତା ଲାଗି କରିଥାନ୍ତି। ପୂଜାପଣ୍ଡା ସେବାୟତମାନେ ଗୋଟିଏ ଏବଂ ବଡୁ ନିଯୋଗ ଦୁଇଟି ପଇତା ମହାପ୍ରଭୁଙ୍କ ଲାଗି କରିବେ ବୋଲି ଦାବି କରିଥିଲେ। ଯାହାକୁ ବଡୁ ନିଯୋଗ ବିରୋଧ କରିଥିଲେ। ଫଳରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ନୀତି ବନ୍ଦ ରହିଥିଲା। ପବିତ୍ରାରୋପଣ ନୀତି ଅନୁଯାୟୀ ପ୍ରତିବର୍ଷ ଠାକୁରଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ ପଟ ପଇତା ଲାଗି କରାଯାଇଥାଏ। ପରେ ୨୪ ପଟ ବଡୁ ନିଯୋଗ ପକ୍ଷରୁ ପଇତା ଲାଗି କରାଯାଏ। ହେଲେ ପବିତ୍ରାରୋପଣର ପଇତା ଶୁଦ୍ଧିକୁ ନେଇ ମଙ୍ଗଳବାର ରାତିରେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ମହାପ୍ରଭଙ୍କ ନୀତିକାନ୍ତି ହୋଇପାରିନଥିଲା।

Related posts

ଫିସିଙ୍ଗ ହାରବରରେ ଫସିଛନ୍ତି ୫୦୦ରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ

mahabharatanews

ବରୀରୁ ୧୪୪୩ ସ୍ୱାବ ସଂଗ୍ରହ,୧୦୧୬ ନେଗେଟିଭ

mahabharatanews

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

mahabharatanews