ଓଡିଶା

ବାଲ୍ୟ ବିବାହ ଓ ମହିଳା ବିରୋଧୀ ହିଂସା ରୋକିବା ଲାଗି ଗଡିଲା ସଚେତନତା ରଥ

ପୁରୀ: ବାଲ୍ୟ ବିବାହ ଓ ମହିଳା ବିରୋଧୀ ହିଂସା ରୋକିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସ୍ୱାକ୍ଷରତା ଓ ସଚେତନତା ଅଭାବରୁ ଆଜି ବି ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା କାଏମ ରହିଛି। ପରମ୍ପରା ନାମରେ ହେଉ କି ଦାରିଦ୍ରତା କାରଣରୁ ଅଭିବାବକ ତଥା ସମ୍ପର୍କୀୟମାନେ କିଶୋରୀ ବାଳିକାମାନଙ୍କୁ ବିବାହ କରାଇଦେଇ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ପରିପକ୍ୱ ବୟସ ପର୍ବରୁ ମାତୃତ୍ୱ ଲାଭ କରି କିଶୋରୀ ବାଳିକାମାନେ ଅକାଳରେ ଝଡିଯାଉଛନ୍ତି। ଜିଲ୍ଲାରେ କୁତ୍ସିତ ପରମ୍ପରା ଓ ପ୍ରଥାର ବିଲୋପ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ କରାଯାଇଛି। ସଚେତନତା ରଥକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ପୁଷ୍ପାଞ୍ଜଳି ମିଶ୍ର ଓ ଅଙ୍ଗନୱାଡି କର୍ମୀ ସବୁଜ ପତକା ହଲାଇ ଶୁଭାରମ୍ଭ କରିଥିଲେ। ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାରର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ଇତ୍ୟାଦି ବାର୍ତ୍ତା ବହନ କରୁଥିବା ଏହି ସଚେତନତା ରଥ ପୁରୀ ଜିଲ୍ଲାର ୧୧ଟି ବ୍ଲକ ସହିତ ସହର ପରିକ୍ରମା କରିବ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ବିଜୟ କୁମାର ମିଶ୍ର, ଉପବିଭାଗୀୟ ଅଧିକାରୀ ଦୁର୍ଗା ପ୍ରସନ୍ନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୁରକ୍ଷା ଅଧିକାରୀଣୀ ଶର୍ମିଷ୍ଠା ହୋତା ଓ ଜିଲ୍ଲା ବାଲ୍ୟ ବିବାହ ସଞ୍ଜୋଳିକା ସୁମିତା ରାଣୀ ଘୋଷ ପରିଚାଳନା କରିଥିଲେ।

Related posts

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews

ସତ୍ୟବାଦୀରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା

mahabharatanews

ଡ୍ରେନେଜ ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

mahabharatanews