ଓଡିଶାସ୍ୱାସ୍ଥ୍ୟ

କୋମାରେ ଅଭିନେତା ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: କୋମାରେ ଅଭିନେତା ରାଜୁ ଶ୍ରୀବାସ୍ତବ। ତାଙ୍କ ମ୍ୟାନେଜର ରାଜେଶ ଶର୍ମାଙ୍କ କହିବାନୁଯାୟୀ , ବ୍ରେନ୍ ଡେଡ୍ ହୋଇନାହିଁ, ସେ କୋମାରେ ଅଛନ୍ତି । ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି । ସୂଚନାନୁସାରେ , ରାଜେଶ ଶର୍ମା କହିଛନ୍ତି ଯେ, ‘ବର୍ତ୍ତମାନ ରାଜୁଙ୍କ ସବୁ ଅଙ୍ଗ ଭଲ କାମ କରୁଛି। ସବୁ ସ୍ଥିତି ନିୟନ୍ତ୍ରଣରେ ଅଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପ୍ରଥମେ ବ୍ରେନରେ ସମସ୍ୟା ଥିଲା, ହେଲେ ଏବେ ନାହିଁ। ଏହାକୁ ବ୍ରେନ୍ ଡେଡ୍ କୁହାଯିବନାହିଁ। ସେ କୋମାରେ ଅଛନ୍ତି। ତାଙ୍କର ସମସ୍ତ ଅଙ୍ଗ କାମକରୁଛି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ନୂଆ ଡାକ୍ତରୀ ଟିମର ଚିକିତ୍ସା ଦ୍ୱାରା ସେ ଭବିଷ୍ୟତରେ ଭଲ ହେବାର ସମ୍ଭାବନା ରହିଛି।’ତେବେ ଆମେ ପ୍ରାଥନା କରିବା ସେ ଜଲ୍ଦି ସୁସ୍ଥ ହୋଇଯାଆନ୍ତୁ ।

Related posts

ଖୋର୍ଦ୍ଧା, ଗଞ୍ଜାମ କୈବର୍ତ୍ତ ମହାସଂଘର ବାର୍ଷିକ ସଭା

mahabharatanews

କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କୁ ସ୍ୱର୍ଗଦ୍ୱାରରେ ଗାଡ୍ ଅଫ ଅନର୍

mahabharatanews

ଶ୍ରୀମନ୍ଦିରରେ ଠେଲାପେଲା , ବହୁ ସଂଖ୍ୟାରେ ହବିଷ୍ୟାଳୀ ଆହତ

mahabharatanews