ଓଡିଶାରାଜନୀତି

୨୦୨୪ କଂଗ୍ରେସ ଲାଗି ଶେଷ ସୁଯୋଗ: ଜୟଦେବ ଜେନା

ଗାନ୍ଧୀ ପରିବାର ଲାଗି ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବଡ ବୟାନ ଦେଇଛନ୍ତି। ୨୦୨୪ ନିର୍ବାଚନ କଂଗ୍ରେସ ଲାଗି ଶେଷ ସୁଯୋଗ। ଦଳ ଯଦି ୨୦୨୪ ନିର୍ବାଚନ ଜିତି ନପାରେ ତାହାଲେ ଭଗବାନ ବି ବଞ୍ଚାଇ ପାରିବେ ନାହିଁ ବୋଲି ପୂର୍ବତନ ପିସିପି ସଭାପତି ଶ୍ରୀ ଜେନା କହିଛନ୍ତି। ଦଳକୁ ଏକାଠି ହେବାକୁ ପଡିବ। ଏକାଠି ନ ଲଢିଲେ ଦଳକୁ କେହି ବଞ୍ଚାଇ ପାରିବେ ନାହିଁ। ତେବେ କଂଗ୍ରେସର ସିଡବ୍ଲୁସି ବୈଠକ ପୂର୍ବରୁ ଶ୍ରୀ ଜେନା ଏପରି ବୟାନ ଦେଇଛନ୍ତି। ଜାତୀୟ କଂଗ୍ରେସର କିଏ ପରବର୍ତ୍ତୀ ସଭାପତି ହେବ ସେଇ ସିଡବ୍ଲୁସି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି। ସବୁ ଦଳରେ ପରିବାରବାଦ ରହିଛି। ଲୋକେ ଗାନ୍ଧୀ ପରିବାର ସହିତ ଅଛନ୍ତି। ଦଳ ଯଦି ୨୦୨୪ ନିର୍ବାଚନ ଜିତେ ତାହାଲେ ପୂର୍ବଭଳି ୧୦ ରୁ ୧୫ ବର୍ଷ କ୍ଷମତାରେ ରହିପାରିବ ବୋଲି ଶ୍ରୀ ଜେନା କହିଛନ୍ତି।
ପଟେ ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଆମେ ୯ରୁ ୯୦ ସିଟ ଆମର ଲକ୍ଷ୍ୟ ରହିଛି। ସେପ୍ଟେମ୍ବରର ଶେଷ ସୁଦ୍ଧା ନୂଆ କମିଟି ଗଠନ ହେବ। ବ୍ଲକ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ କମିଟିକୁ ନୂଆ ରୂପ ଦିଆଯିବ। ଅଗଷ୍ଟ ୨୮ରେ ହେବାକୁ ଥିବା ସିଡବ୍ଲୁସି ବୈଠକରେ କମିଟିକୁ ମୋହର ଲାଗିବ। ସବୁ ଦଳରେ ପରିବାରବାଦ ରହିଛି। ଗାନ୍ଧୀ ପରିବାର ଲାଗି ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହେବା ଦରକାର ବୋଲି ପିସିସି ସଭାପତି କହିଛନ୍ତି।

Related posts

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

mahabharatanews

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews