ଭାରତସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ ୧୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ସୂଚନାମିଳିଛି । ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୨୦୯,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୧ମୃତ୍ୟୁ ରେକର୍ଡ କରାଯାଇଛି। ସମଗ୍ର ଦେଶରେ ଦୈନିକ ପଜିଟିଭିଟି ହାର ୨.୫୦% ଏବଂ ସାପ୍ତାହିକ ପଜିଟିଭିଟି ହାର ୨.୮୦% ଥିବା ଜଣାପଡ଼ିଛି।ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୯୮,୬୯୬ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ହୋଇଥିବା ୪୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ସଂକ୍ରମଣ ମୃତ୍ୟୁସଂଖ୍ୟା ୫,୨୭,୫୯୭ରେ ପହଞ୍ଚିଛ।

ଏଥିରେ କେରଳ ପିଛିଲା ଭାବେ ୪ଜଣଙ୍କ ମୃତ୍ୟୁ ସଂଯୋଗ କରିଛି।ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୭,୮୩,୭୮୮। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୧.୧୯% ରହିଛି।ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୩୧୧ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୨୦%।

Related posts

ମଦ୍ରାସାରେ ଜାରି ରହିବ ପାଠପଢା

mahabharatanews

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews

ଅଚାନକ ଭୁଶୁଡି ପଡିଲା ମଝି ରାସ୍ତା,ଭୟବିତ ଲୋକେ   

mahabharatanews