ଭାରତରାଜନୀତି

ଜେଡିୟୁ ଲାଗିଲା ଶକ୍ତ ଝଟକା

ମଣିପୁରର ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ

ପାଟନା: ବିହାରର ଶାସକ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ମଣିପୁରର ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଯେଉଁଠି ଗୋଟିଏ ପଟେ ଜେଡିୟୁ ଅନ୍ୟ ରାଜ୍ୟରେ ନିଜକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ୫ ବିଧାୟକ ଦଳରୁ ଅଲଗା ହୋଇ ବିଜେପିରେ ସାମିଲ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ୩ରୁ ୪ ସେପ୍ଟେମ୍ବରରେ ଜେଡିୟୁର ଜାତୀୟ କାଉସିଲ ବୈଠକ ଅନୁଷ୍ଠିତ ହେବାର ଥିଲା। ଯାହା ପୂର୍ବରୁ ଏହି ରୋଚକପୂର୍ଣ୍ଣ ଘଟଣା ଘଟିଥିଲା। ତେବେ ଜାତୀୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଯୋଗଦେବାର ଥିଲା। ତେବେ ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଥିବା ନେଇ ମଣିପୁର ବିଧାନସଭା ସଚିବ ମେଘଜିତ ସିଂଙ୍କ ଦ୍ୱାରା ଜାରି ହୋଇଥିବା ପ୍ରେସ ବିବୃତ୍ତିରେ କୁହାଯାଇଛି। ତେବେ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଏହି ମିଶ୍ରଣକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜେଡିୟୁ ପକ୍ଷରୁ ୩୮ ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେଥିମଧ୍ୟରୁ ୬ ଜଣ ବିଜୟ ଲାଭ କରିଥିଲେ। ସାମିଲ ହୋଇଥିବା ବିଧାୟକମାନେ ହେଲେ କେ ଜୋକିଶାନ, ଏନ ସନାଟ, ମହମ୍ମଦ ଆଖାବୁଦ୍ଦିନ, ଏମ ଖାଉଟ ଏବଂ ଥାଙ୍ଗଜାମ ଅରୁକୁମାର ପ୍ରମୁଖ ବୋଲି ଜଣାପଡିଛି। ତେବେ ଅରୁ କୁମାର ବିଧାନସଭା ନିର୍ବାଚନ ସମୟରେ ବିଜେପି ତରଫରୁ ଟିକେଟ ମାଗିଥିଲେ। କିନ୍ତୁ ସଫଳତା ପାଇବା ପରେ ଉଭୟ ଜେଡିୟୁରେ ଯୋଗଦେଇଥିଲେ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୭୮୨ ସଂକ୍ରମିତ ଚିହ୍ନଟ

mahabharatanews

ଏନଡ଼ିଏର ସିଟି ସେୟାରିଂ ଘୋଷଣା

mahabharatanews

ଟିଏମସିରେ ସାମିଲ ହେଲେ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ

mahabharatanews