ଭାରତ

CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ଟି ସ୍କୁଲ ରଦ୍ଦ ସହ ୩ଟି ଡାଉନଗ୍ରେଡ୍ 

(ଦିଲ୍ଲୀ) : ଦେଶର ୨୦ ସ୍କୁର ଉପରେ CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ । ୨୦ଟି ସ୍କୁଲ ମାନ୍ୟତା ହେଲା ରଦ୍ଦ କରାଯାଇଥିବା ବେଳେ ୩ଟି ସ୍କୁଲକୁ ଡାଉନଗ୍ରେଡ୍ କରାଯାଇଛି । ଅଭିଯୋଗ ହୋଇଛି ଯେ, ଡମି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଚାଲୁଥିଲା । ହଠାତ୍ ଚଢାଉ ବେଳେ ଏହି ଅନିୟମିତତା ଧରାପଡିଥିଲା ।

ସୂଚନା ଅନୁସାରେ, ଏହି ୨୦ଟି ସ୍କୁଲରେ ନକଲି ଛାତ୍ରଛାତ୍ରୀଙ୍କ ନାଁ ଲେଖାଯାଇଥିବା ଅଭିଯୋଗ ହୋଇଛି । ଏହାସହ ଅଯୋଗ୍ୟ ଶିକ୍ଷକଶିକ୍ଷୟତ୍ରୀ ନିଯୁକ୍ତି ଏବଂ ରେକର୍ଡରେ ସଠିକ୍ ଭାବେ ଡାଟା ପରିଚାଳିତ ହେଉ ନଥିଲା । ଯାଞ୍ଚ କରାଯିବା ପରେ ୨୦ଟି ସ୍କୁଲର ମାନ୍ୟତା ରଦ୍ଦ କରାଯିବା ସହ ୩ଟି ସ୍କୁଲକୁ ଡାଉନଗ୍ରେଡ୍ କରାଯାଇଛି । ତେବେ ଦିଲ୍ଲୀର ୫ଟି ସ୍କୁଲ, ଛତିଶଗଡ଼, ଆସାମ, ପଞ୍ଜାବ, ଉତ୍ତରପ୍ରେଦଶ, କେରଳର କିଛି ବିଦ୍ୟାଳୟକୁ ରଦ୍ଦ କରାଯାଇଛି ।

Related posts

ଆଖିରେ କପଡା ବନ୍ଧା ୨ ମୃତ ଦେହ ଉଦ୍ଧାର 

mahabharatanews

ଏହି ୪ ଜଣଙ୍କୁ ‘ଭାରତ ରତ୍ନ’ 

mahabharatanews

ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓ

mahabharatanews