ଓଡିଶା

ଧଉଳି ପାଳିବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର( ଚିନ୍ମୟୀ ସ୍ୱାଇଁ) :-ଶାନ୍ତିର ସ୍ତୁପ ଧଉଳିଗିରି । ଯେଉଁଠିିକି ବୁଲିବାକୁ ଆସନ୍ତି ଶହ ଶହ ପର୍ଯ୍ୟଟକ । ଶାନ୍ତି ସ୍ତୂପ ଧଉଳି ଓଡ଼ିଶାର ଗରିମା ବହନ କରୁଥାଏ ।ବିଭିନ୍ନ ପ୍ରକାରର ଶାନ୍ତିର ସ୍ତୁୁପ ରହିଛି । ଯେମିତି ବୈାଦ୍ଧ ସ୍ତମ୍ଭ । ଏହି ଧଉଳିଗିରିକୁ ସୈାନ୍ଦର୍ଯ୍ୟକରଣ ଦେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ତେଣୁ ଆସନ୍ତା ଅକ୍ଟୋବର ୨୮ ତାରିଖରେ ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟଉତ୍ସବ ଆରମ୍ଭ ହେବ ।

ଧଉଳି ସ୍ତୁପର ପାଳନ କରାଯିବ ସୁବର୍ଣ୍ଣ ଜୟନ୍ତୀ । ଏନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଚଳିତ ମାସ ଶେଷ ସୁଦ୍ଧା ଯେପରି ସଂରକ୍ଷଣ ଓ ସୌନ୍ଦର୍ୟ୍ୟକରଣ ସରିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ।ଏହି ଉତ୍ସବ ଲାଗି ବିଶ୍ୱର ବିଭିନ୍ନ ଦେଶରୁ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ବିଶ୍ୱସ୍ତରୀୟ ଉତ୍ସବକୁ ଯେପରି ସର୍ବୋତମ ଭାବେ ସଫଳ କରାଯାଇପାରିବ ସେଥିଲାଗି ଧ୍ୟାନ ଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ: ଦାନର ତିନୋଟି ବିଧି

mahabharatanews

୬ଟାରୁ  ଶ୍ରୀଜିଉଙ୍କୁ ଦର୍ଶନ ମନା

mahabharatanews

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

mahabharatanews