ଅପରାଧଓଡିଶା

କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

କଟକ : ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ । ଏ ଘଟଣା ଘଟିଛି  ପୁରୀଘାଟ ଥାନାରେ ।  ସେଠାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ ସୂଚନା ମିଳିଛି  । ସୂଚନାନୁସାରେ , ଗତକାଲି ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ କରିଥିଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ । ଭିଆର ଏଜେନ୍‌ସି ଓ ପୂଜା ଏଣ୍ଟରପ୍ରାଇଜର୍ସର ଲାଇସେନ୍‌ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କଟକରେ ରକ୍ତଚାପ ପାଇଁ ନକଲି ଔଷଧ କାରବାର ନେଇ ଡ୍ରଗ୍‌ କଣ୍ଟ୍ରୋଲର ଟିମ୍‌ ଚଢାଉ କରିଥିଲା । ବିହାରର ଗୟା ଓ ବେଙ୍ଗାଳୁରୁରୁ କଟକକୁ ନକଲି ମେଡିସିନ ଆସୁଥିବା ଜଣାପଡ଼ିଥିଲା । ଏହି ଦୁଇଟି ସ୍ଥାନକୁ ଯାଇ ଡ୍ରଗ୍‌ କଣ୍ଟ୍ରୋଲ ଟିମ୍‌ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

Related posts

କିଶୋରନଗର ବଇଣ୍ଡା କଲ୍ୟାଣମଣ୍ଡପ ଠାରେ ବରିଷ୍ଠ ନାଗରିକ ମଞ୍ଚର ବୈଠକ

mahabharatanews

କୁଲଡିହା ଡ୍ୟାମରୁ ହାତୀ ଛୁଆର ମୃତଦେହ ଉଦ୍ଧାର

mahabharatanews

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews