ଓଡିଶା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଇଛି । ଏହି ସଂକ୍ରମଣ ୨ ଶହ ତଳକୁ ରହିଛି । ଗତକାଲି ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଛନ୍ତି।

 

Related posts

୭୦ ଲକ୍ଷ ଟଙ୍କା ନେଇ ମହିଳା ଫେରାର

mahabharatanews

ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଓ ଜିଲ୍ଲା ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର

mahabharatanews

ଘନୀଭୂତ ହେଉଛି ବାତ୍ୟା : ଆଜି ଲଘୁଚାପ ସୃଷ୍ଟି

mahabharatanews