ଓଡିଶା

ଘନୀଭୂତ ହେଉଛି ବାତ୍ୟା : ଆଜି ଲଘୁଚାପ ସୃଷ୍ଟି

(ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି(ସୋମବାର) ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  ୯ତାରିଖରେ ଘନୀଭୂତ ହୋଇ ବାତ୍ୟାର ରୂପ  ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

 ତେବେ ସମ୍ଭାବ୍ୟ ବାତ୍ୟାଟି ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଏହି ମଡେଲ ଆକଳନ କରିଛି ।  ବର୍ତ୍ତମାନ ସୁଦ୍ଧା କେଉଁ ଅଞ୍ଚଳକୁ ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ କରିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।

 

Related posts

ଶ୍ରୀଜିଉଙ୍କ ହୋଇପାରିଲାଣି ବନକଲାଗି ନୀତି

mahabharatanews

ଦେବୀ ନଦୀରୁ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

mahabharatanews

ଚାଷୀ ଆନ୍ଦୋଳନ ଓ ସମସ୍ୟା ନେଇ ମୋହନଙ୍କ ସହ କଥାହେଲେ ଧର୍ମେନ୍ଦ୍ର

mahabharatanews