ଅପରାଧଓଡିଶା

ଥାନାରେ ପଶି ପୁଲିସକୁ ଆକ୍ରମଣ

ଲୋକଙ୍କ ଆକ୍ରମଣ ଭୟରେ ଅଡବା ଥାନା କର୍ମଚାରୀ ଶୂନ୍ୟ

ମୋହନା: ଆଦିବାସୀଙ୍କ ଘରେ ରାତି ଅଧିଆ ଚଢାଉ କରିବା ଓ ଅଭିଯୁକ୍ତକୁ ଗିରଫ କରିବା ପୁଲିସକୁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୁଲିସର ଚଢାଉ ଓ ଅଭିଯୁକ୍ତକୁ ଗିରଫ କରିବା ପ୍ରତିବାଦରେ ୬ଟି ପଞ୍ଚାୟତର ଲୋକେ ଅଡବା ଥାନାରେ ପଶି ପୁଲିସକୁ ନିସ୍ତୁକ ଭାବେ ମାଡ ମାରିବା ସହ ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁସାରେ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଝରଣପୁର ଗାଁରୁ ଜଣେ ବ୍ୟକ୍ତିଙ୍କୁ ରାତି ଅଧିଆ ଉଠାଇ ଆଣିଥିଲା। ତେବେ ଗଞ୍ଜେଇ କାରବାର ମାମଲାରେ ପୁଲିସ ଉଠାଇ ଆଣିଥିବାବେଳେ କିନ୍ତୁ ପୁଲିସ ବିରୁଦ୍ଧରେ ଲୋକମାନେ ପାଲଟା ଅଭିଯୋଗ କରିଛନ୍ତି। ମଛ ମାମଲାରେ ପୁଲିସ ଫସାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ପକ୍ଷରୁ ମାମଲାର ପ୍ରତ୍ୟାହାର କରିବାକୁ ୬ଟି ପଞ୍ଚାୟତର ଗ୍ରାମବାସୀ ଦାବି କରିଛନ୍ତି। ତେବେ ଲୋକଙ୍କ ଆକ୍ରମଣ ଭୟରେ ଅଡବା ଥାନାରେ କର୍ମଚାରୀ ଶୂନ୍ୟ ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସମ୍ପୃକ୍ତ ଗାଁର ବିଶ୍ୱନାଥ ଭୂୟାଁଙ୍କୁ ଥାନାକୁ ଉଠାଇ ଆଣିଥିଲା। ତେବେ ବିଶ୍ୱନାଥକୁ ଛାଡି ଦେବା ପାଇଁ ଗ୍ରାମବାସୀମାନେ ଅଡି ବସିଛନ୍ତି।

Related posts

ସୌମ୍ୟ ମୃତ୍ୟୁ ଘଟଣାରେ ପୁଲିସକୁ କ୍ରାଇମବ୍ରାଞ୍ଚ କରିବ ସହଯୋଗ

mahabharatanews

ଗୋପାଳଜିଉଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

mahabharatanews

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

mahabharatanews