ଓଡିଶା

ନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛ

ଭୁବନେଶ୍ୱର : ଜନ୍ମ ନେଲା ବିରଳ ପ୍ରଜାତିର କଇଁଛ। ନନ୍ଦନକାନନ ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ରହିଛି ୨ଟି ମୁଣ୍ଡ । ଯାହାକି କୋଚିତ ଦେଖିବାକୁ ମିଳେ । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। ଯାହାପରେ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ଗୋଟିଏ ସାଧାରଣ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା।
୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରିରେ ରଖାଯାଇଛି। ଏହା ମୁଖ୍ୟତଃ ପାଣି କଇଁଛ ବୋଲି ଜାଣିବାକୁ ମିଳିଛି। ଏମିତି ଏକ ବିରଳ କଇଁଛ ଛୁଆ ଜନ୍ମ ନେଇଥିବା ଖବର ପ୍ରଚାରିତ ହେବା ପରେ ଆଜି ଖୁଆଡରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକମାନେ ଦୁଇମୁଣ୍ଡିଆ କଇଁଛ ଦେଖିବାକୁ ଜମା ହୋଇଥିଲେ।

 

Related posts

୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!

mahabharatanews

ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

mahabharatanews

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

mahabharatanews