ଭାରତ

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସଟି ଖାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ ବସ୍‌ଟି ସୁଜିୟାନ୍‌ରୁ ମାଣ୍ଡି ଅଭିମୂଖେ ଯାଉଥିବା ବେଳେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣାଟି ଘଟିବା ପରେ ସ୍ଥାନୀୟ ଲୋକେ, ସ୍ଥାନୀୟ ପୁଲିସ୍‌ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Related posts

ଭାରତୀୟ ଦଳର ଅନେକ ଖେଳାଳି ଆହତ ହେବାରୁ ଏହାର ପରିଚାଳନାକୁ ନେଇ ବଡ ନିଷ୍ପତ୍ତି ନେଲା BCCI ।

mahabharatanews

ଚେନ୍ନାଇ ବିମାନବନ୍ଦରର ନୂତନ କୋଠାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews

ମୁମ୍ବାଇରେ ୧୪୪ ଧାରା ଜାରି

mahabharatanews