ଓଡିଶା

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

ଗଞ୍ଜାମ: ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟ ଅଚାନକ ଛତ୍ରପୁର ଥାନାକୁ ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚିବା ପରେ ବିଭିନ୍ନ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରିଥିଲେ। ଥାନାରେ କେତେ ମାମଲା ରୁଜୁ ହୋଇଛି ଓ କେତେ ମାମଲାର ଫଇସଲା ହୋଇଛି ସେ ସମ୍ପର୍କରେ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରାଯାଉଛି କି ନାହିଁ ସେ ସମ୍ପର୍କରେ ଶ୍ରୀ ରାୟ ଅନୁଧ୍ୟାନ କରିଥିଲେ। ଥାନା ପରିସରରେ ଥିବା ସମସ୍ତ କକ୍ଷକୁ ପରିଦର୍ଶନ ସହ ଥାନାର କାର୍ଯ୍ୟ ସମ୍ପର୍କରେ ଥାନା କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।

Related posts

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

mahabharatanews

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews

 ଆହୁରି ୨ରୁ ୩ ମାସ ସତର୍କ ରହିବାକୁ ହେବ

mahabharatanews