ଓଡିଶା

ଆଗାମୀ ୨ରୁ ୩ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରା

ବନେଶ୍ବର: ରାଜ୍ୟରେ ଏବେ ଆସନ୍ତା ୨ରୁ ୩ ଦିନ ଯାଏଁ ଖରଟିଏ ପାଗ ସାଙ୍ଗକୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ରାଜ୍ୟରେ ବିଶେଷ ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।

ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ ଅକ୍ଟୋବରରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ସବୁ ଉପକୂଳ ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ।

Related posts

ସୁନ୍ଦରଗଡ଼ ଦୁର୍ଘଟଣା: ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଘୋଷଣା 

mahabharatanews

କରୋନା ଭୟରେ ଖୋଲୁଛି ମାତ୍ରା ଗୋଟିଏ ଔଷଧ ଦୋକାନ

mahabharatanews

ବଢୁଛି ତାତି ; ଷଷ୍ଠ ସ୍ଥାନରେ ଭୁବନେଶ୍ୱର

mahabharatanews