ଓଡିଶା

ବ୍ୟାଙ୍କ ଋଣ ଦେଇନପାରିବାରୁ ବିଷ ପିଇ ଜୀବନ ହାରିଲେ ଚାଷୀ

କାମାକ୍ଷାନଗର : ସାହିପାରିଲେଣି ଋଣ ବୋଝ ଶେଷରେ ବିଷ ପିଇ ଜୀବନ ହାରିଲେ ଚାଷୀ। ଏ ଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅନ୍ତର୍ଗତ ବାସୁଦେଇପୁର ଗାଁରେ। ମୃତକ ଚାଷୀ ଜଣକ ହେଲେ , ଜଗନ୍ନାଥ ମହାପାତ୍ର । ତାଙ୍କ ବୟସ ୫୮ ବର୍ଷ । ସୂଚନାନୁସାରେ , ଜଗନ୍ନାଥ ମହାପାତ୍ର ଜଣେ ଭାଗ ଚାଷୀ ରୂପେ କାମ କରୁଥିଲେ। ଅନ୍ୟର ଜମିରେ କାମ କରି ସେ ନିଜ ପରିବାର ପୋଷନ୍ତି। ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହ ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର। ହେଲେ ତିନିରୁ ୪ ବର୍ଷ ପୂର୍ବେ ଜଗନ୍ନାଥଙ୍କ ବ୍ରେନ ହାମ୍‌ରେଜ୍‌ ହୋଇଥିଲା।

ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାମୀକୁ ଭଲ କରିଥିଲେ। ତେବେ ଭଲ ହେବା ପରେ ଏହି ଋଣ ଭାର ଆଉ ସମ୍ଭାଳି ପାରିନଥିଲେ ଜଗନ୍ନାଥ ମହାପାତ୍ର । ସେ କୀଟନାଶକ ପିଇ ଦେଇଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

Related posts

କରୋନାକୁ ହରାଇଲେ କ୍ୟାନ୍ସର ରୋଗୀ

mahabharatanews

ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଡିଏମଙ୍କୁ କାରଣ କଲେ ଝିଅ

mahabharatanews

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍

mahabharatanews