ଓଡିଶା

 ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା/  ରଜନୀକାନ୍ତ ପାତ୍ର: ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ।  ସଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଥିବା ଜଉଗଡ ସମ୍ମିଳନୀ କକ୍ଷ ଠାରେ ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକଙ୍କ ଉପସ୍ଥିତରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହାର ସମୀକ୍ଷା କରି ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ହିଞ୍ଜିଳିକାଟୁ ମୁନିସିପାଲଟି ସମେତ ୧୭ ଟି ସହରାଂଚଳ ଗୁଡିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ରାସ୍ତା କୋଠାବାଡି, ଉଦ୍ୟାନ, ଟାଟା ପାୱାର, ଜାତୀୟ ରାଜପଥ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପଷ୍ଠଳୂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ଆସନ୍ତା ୨୩ ତାରିଖରେ ଗଞ୍ଜାମ ଜିଲ୍ଲାକୁ ଅହିଂସା ରଥ ଆସିବ । ଏହା ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି । ବ୍ଲକ ହେଡ କ୍ୱାର୍ଟର ଗୁଡିକରେ କିପରି ଏହି ରଥକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ସେଥି ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା । ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ କାର୍ଯ୍ୟକ୍ରମ  ସହରାଂଚଳ ଗୁଡିକରେ ଆସନ୍ତା ୧୭ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ।

ଏଥି ନିମନ୍ତେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହାକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସହରାଂଚଳ ଗୁଡିକରେ ନୂତନ ଆହାର କିଚେନ ଗୃହ ନିର୍ମାଣ ନିମନ୍ତେ ଚାଲିଥିବା କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବ  ।  ମଳ ଉପଚାର ପ୍ଲାଣ୍ଟଯେଉଁ ଅଂଚଳ ଗୁଡିକରେ କାର୍ଯ୍ୟ ସରିନି ହୋଇନି ଯଥାଶୀଘ୍ର ସାରିବା ସହ ଯେଉଁ ଅଂଚଳ ଗୁଡିକରେ କାର୍ଯ୍ୟକ୍ଷମ ହୋଇଛି ତାହାର ସୁପରିଚାଳନା ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି । ଶ୍ମଶାନ ଗୁଡିକର ନିର୍ମାଣ ଓ ଉନ୍ନତିକରଣ , ସ୍ମାର୍ଟ ପାର୍କ, ଅର୍ବାନ ଇନଫ୍ରା, ରୋଡ୍ ଇନଫ୍ରା ପ୍ରକଳ୍ପ କାର୍ଯ୍ୟ ଗୁଡିକର ଉନ୍ନୟନ ଉପରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପର ୨.୦ ର ମଧ୍ୟ ସମୀକ୍ଷା କରିଥିଲେ ।

ରାଜସ୍ୱ ଆଦାୟ, ହୋଲଡିଂ ଟେକ୍ସ, ୟୁଜର ଫି ଆଦାୟ ଏବଂ ସମସ୍ତ ସହରାଂଚଳ ଗୁଡିକର ପ୍ରବେଶ ପଥରେ ଡିଜିଟାଲ ଡିସପ୍ଲେ ବୋର୍ଡ ଲଗାଇବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ଶକ୍ତି ଗୃହର ତଦାରଖ କରିବା , ଯେଉଁ ସହରାଂଚଳ ଗୁଡିକରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହୋଇନିଏଥି ନିମନ୍ତେ ପ୍ରସ୍ତାବ ଦେବା , ଯେଉଁ ଠାରେ ନୂତନ ବସଷ୍ଟାଣ୍ଡ ରହିଛି ତାହାର ଉନ୍ନତିକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ର ସମୀକ୍ଷା ମଧ୍ୟ କରାଯାଇଛି ।

ଜାତୀୟ ଜିବିକା ମିଶନ ଦ୍ୱାରା ବ୍ୟକ୍ତିଗତ ଋଣ, ଗ୍ରୁପ ଋଣ, ବ୍ୟାଙ୍କ ଲିଙ୍କ ସହ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ ଉପରେ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବୃକ୍ଷରୋପଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା ହେବା ସହ ବିଜୁ ଆଦର୍ଶ କଲୋନୀ ପାରାମିଟରକୁ ଦୃଷ୍ଟିରେ ରଖି ଝୁମ୍ପୁଡି ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରି ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯିବ ସେଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ସମସ୍ତ ସହରାଂଚଳର ଅଧିକାରୀ ଓ ଜେଇ ଏବଂ ଡୁଡା ର ଦୀପକ କୋଠିଆ, ସବ୍ୟସାଚୀ ପ୍ରଧାନ, ସଂଗ୍ରାମ ମିଶ୍ର, ସନ୍ତୋଷ କୁମାର ସାହୁ, ଚୌଧୂରୀ ନିଆଲ ନବାଜଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ ମାନେ ଉପସ୍ଥିତ ଥିଲେ ।

Related posts

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ

mahabharatanews

କଲବଲ କଲାଣି ତାତି: ୨୭ରୁ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ

mahabharatanews

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର ଦାସ

mahabharatanews