ଓଡିଶାଦୁର୍ଘଟଣା

ଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନ

ଧର୍ମଶାଳା/ ସୌମ୍ୟ ପଣ୍ଡା: ସଡକ ଦୁର୍ଘଟଣାରେ ଚାଲି ଗଲା ୨ଜୀବନ । ଦୁର୍ଘଟଣା ପରେ ଜଳିଗଲା ଟ୍ରଲର। ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର ପେଡି ହୋଇ ମୁତ୍ୟୁ ହୋଇଥିବା ବେଳେ ହେଲପର ମଧ୍ୟ ଗୁରୁତର ଅବସ୍ତାରେ ଡାକ୍ତରଖାନା ରେ ମୃତ୍ୟୁ ବରଣ କରିଛି ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ।
ସୂଚନା ମୁତାବକ ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକ ପଛରେ ରଡ଼ ଵୋଝେଇ ଏକ ଟ୍ରଲର ଧକ୍କା ଦେଇଥିଲା। ଫଳରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗାଡି ଭିତରେ ଥିବା ଡ୍ରାଇଭର ସମ୍ଭବତଃ ଚାପି ହୋଇ ରହିଯିବାରୁ ସେ ଜଳି ଯାଇ ମୃତ୍ୟୁ ବରଣ କରିଥିଲେ । ସେପଟେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଂଚି ରାସ୍ତାରୁ ଗାଡି ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଧର୍ମଶାଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Related posts

ଚୋରମରା ନୋଡାଲ ସ୍କୁଲର ବାର୍ଷିକ ଉତ୍ସବ

mahabharatanews

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

mahabharatanews

ଓଡିଶାରେ କମିଵ ବର୍ଷା

mahabharatanews