ଦୁର୍ଘଟଣାଭାରତ

ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁ

ୟୁପି: ବର୍ତ୍ତମାନ ବାଙ୍ଗାଲୋର ପରେ ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ବର୍ଷା ବିତ୍ପାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଘରର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗିଯାଇଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ବହୁ ଲୋକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି। ଏହାଛଡା ୟୁପି ଦୀଲକୁଣା ଅଞ୍ଚଳରେ ଭୀଷଣ ବର୍ଷାରେ କାନ୍ଥ ଭୁଷୁଡି ପଡିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ୩ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡିଛି। ଉନ୍ନାଦରେ ମଧ୍ୟ ଛାତ ଧସିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Related posts

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

mahabharatanews

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews

ଅର୍ଥମନ୍ତ୍ରୀଙ୍କୁ ଦହି ଖୁଆଇଲେ ରାଷ୍ଟ୍ରପତି 

mahabharatanews