ଓଡିଶା

ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃୂର୍ଣ୍ଣିବଳୟ ସକ୍ରିୟ ହୋଇ କ୍ରମଶ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳ ଆନ୍ଦ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୃୂର୍ଣ୍ଣିବଳୟ ଦାନା ବାନ୍ଧୁଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସଚୂନା ଦିଆଯାଇଛି । ଓଡିଶାରେ ମୋ÷÷ସୁମୀ ସକ୍ରିୟ ରହିଥିବାରୁ ଗତ କିଛି ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଯାହା ଫଳରେ ର୍ଦୁଗା ପୂଜା ସଂପୂର୍ଣ୍ଣ ଭାବେ ଫିକା ପଡିଯାଇଛି । ଗତ ୨୪ ଘଣ୍ଟା ଧରି ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବି ଏହି ସ୍ଥାନରେ ବର୍ଷା ଜାରି ରହିବ । ପୁରୀ,ଖୋର୍ଦ୍ଦା,ନୟାଗଡ,ଗଂଜାମ,ଗଜପତି,ରାୟଗଡା,କଟକ,ଅନୁଗୁଳ, କୋରାପୁଟ ଓ ମାଲକାନାଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଏହି ସବୁ ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ତରଫରୁ ସର୍ତକ ବାଣୀ ଦିଆଯାଇଛି ।

Related posts

ତାତିଲେ ଅଭିଭାବକ, ପ୍ରିନ୍ସିପାଲଙ୍କୁ ଘେରିଲେ

mahabharatanews

୨୦୨୬ର ୱାଲ୍ କ୍ୟାଲେଣ୍ଡର୍, ଡେସ୍କ୍ କ୍ୟାଲେଣ୍ଡର୍ ଏବଂ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

mahabharatanews

୨୦ରୁ ଦଶମ ପରୀକ୍ଷା 

mahabharatanews