ଭାରତ

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡିଗଡ଼ର ସୁଖ୍ନା ଲେକରେ ହେଉଛି ଏୟାର ସୋ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ | ଚଣ୍ଡିଗଡ଼ ଏୟାର ଫୋର୍ସ ଷ୍ଟେସନରେ ପାଳିତ ହେଉଛି ବାୟୁସେନା ଦିବସ | ଚଣ୍ଡିଗଡ଼ର ସୁଖ୍ନା ହ୍ରଦ୍ରେ ହେଉଛି ଏୟାର ସୋ | ଫ୍ଲାଏପାଷ୍ଟ କରୁଛନ୍ତି ଲଢୁଆ ବିମାନ ଓ ହେଲିକପ୍ଟର | ତେବେ ପ୍ରଥମ ଥର ପାଇଁ ବାୟୁସେନା ଦିବସ ସମାରୋହ ଦିଲ୍ଲୀରୁ ବାହାରି ଚଣ୍ଡିଗଡ଼ରେ ଆୟୋଜିତ ହୋଇଛି ଏୟାର ସୋ |

ଚଣ୍ଡିଗଡ଼ର ସୁଖ୍ନା ଲେକରେ ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଫ୍ଲାଏପାଷ୍ଟ କରିଛି ବାୟୁସେନାର ୮୩ଟି ଏୟାର୍କ୍ରାଫ୍ଟ । ପ୍ରଥମ ଥର ପାଇଁ ଏଥର ବାୟୁସେନା ପ୍ରତିଷ୍ଠା ଦିବସ ହିନ୍ଦୋନ୍ ବାୟୁସେନା ଘାଟି ବାହାରେ ହୋଇଛି | ଗୋଟିଏ C-17 ଓ ୯ଟି ହକ୍-132ର ଗ୍ଲୋବ୍ ଫର୍ମେସନ୍, ରାଫେଲ୍, ସୁଖୋଇ-39 ଓ ତେଜସର ଟ୍ରାନ୍ସଫର୍ମର୍ ଫର୍ମେସନ୍, ସୂର୍ଯ୍ୟକିରଣ ଏରୋବେଟିକ୍ ଓ ଆକାଶଗଙ୍ଗା ସ୍କାଏଡାଇଭିଂ ଟିମର ନିପୁଣତା, ପାରାଟ୍ରୁପର୍ଙ୍କ କରିସ୍ମା ଦେଖିବାକୁ ମିଳିଛି ।

Related posts

ଇଡିରେ ହାଜର ହେବେନି ବିହାର ଉପ ମୁଖ୍ୟମନ୍ତ୍ରୀ

mahabharatanews

ଗୁଜୁରାଟ ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews