ପାପଡାହାଣ୍ଡି / ଅନିଲି ପ୍ରଭାତ ଭତ୍ରା :ରାଇଘର ରୁ କଟକ ଯାଉଥିବା କିଙ୍ଗ ଫିସର ବସ କୁ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ । ଦଶହରା ଦିନ ବଲାଙ୍ଗୀର ଜିଲ୍ଲା ର ସଇତାଲା ପାଖେ ବସ କୁ ପଥର ମାଡ଼ କରିଥିବା ବେଳେ ପୁଣି ଆଜି କିଛି ଦୁବୃତ୍ତ କିଙ୍ଗଫିସର ବସ ଉପରେ ପଥର ମାଡ କରିଛନ୍ତି ଯାହା ଫଳରେ ଗାଡିର ସାମ୍ନା କାଚ ଭାଙ୍ଗି ଯାଇଛି ।ବସର ଜଣେ କର୍ମଚାରୀଙ୍କ ହାତରେ ଆଘାତ ଲାଗିଛି । ଯାହା ଫଳରେ ସାମ୍ନା କାଚ ଭାଙ୍ଗି ଯାଇଥିବାବେଳେ ବଡ଼ ଦୁର୍ଘଟଣା ରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ସେମଳା ହାଟପଦା ନିକଟରେ. ସୂଚନା ମୁତାବକ OD 02 AB 8710 ନମ୍ବର ବସ ଟି ରାଇଘର ରୁ କଟକ ଯିବା ସମୟରେ ସେମଳା ହାଟପଦା ନିକଟରେ ଥିବା ଗ୍ରୀଡ଼ ରାସ୍ତାରେ ଅଜଣା ଦୁବୃତ୍ତ ମାନେ ଦୁଇ ଗୋଟି ପଥରରେ ବସକୁ ଆକ୍ରମଣ କରିଥିଲେ ଜ୍ଝ ଗୋଟିଏ ପଥର ସାମ୍ନା ଭାଗ କାଚ କୁ ଓ ଅନ୍ୟଟି ଯାତ୍ରୀ ବସିଥିବା କାଚକୁ ଜ୍ଝ ଖବର ପାଇ ମଇଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଏପର୍ଯ୍ୟନ୍ତ ଦୃବୁତ୍ତମାନଙ୍କର କୈ÷ଣସି ପତ୍ତା ମିଳିପାରି ନାହିଁ । ତେବେ ଏହି ଘଟଣା ବାରମ୍ବାର ଘଟୁଥିବାରୁ ଉକ୍ତ ରାଜପଥର ଭ୍ରମଣକାରୀମାନେ ଭୟଭୀତ ହୋଇଯାଇଛନ୍ତି । ତେବେ କିଏ ସେ ଦୃବୁତ୍ତକଣ ପାଇଁ ଏଭଳି କରୁଛି ତାକୁ ନେଇ ପୋଲିସ ଛାନ୍ଭିନ ଆରମ୍ଭ କରିଛି ।