ଓଡିଶା

ଆସିକା ବିଜେଡିର ବ୍ଲକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା

ଆସିକା/କମଳିନୀ ହୋତା:ବିଜେଡି ପକ୍ଷରୁ ଗତକାଲି ଦୁଇଟି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।ପ୍ରଥମେ ମୁନିଗାଡ଼ି ପଂଚାୟତର କେଶରାପଲ୍ଲୀ ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମୁନିଗାଡ଼ି, ସିଂଗିପୁରୁ, ବନ୍ଥପଲ୍ଲୀ ଆଦି ଗ୍ରାମରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା କରି ଲୋକମାନଙ୍କୁ ଦଳୀୟ ନୀତି ଓ ଆଦର୍ଶ ସମ୍ପର୍କୀୟ ବାର୍ତ୍ତା ପ୍ରଦାନ କରିଥିଲା ଆସିକା ବିଜେଡି । ଦଳର ବହୁ ଆଗଧାଡିର ନେତୃତ୍ୱ ଏହି ପଦଯାତ୍ରାରେ ଯୋଗଦେଇଥିଲେ. ପରେ ପରେ ବାଙ୍ଗରଡ଼ା ପଂଚାୟତର ବାଙ୍ଗରଡ଼ା, ଖୁକୁଣ୍ଡିଆ, ପଣସପଲ୍ଲୀ, ନାହାଡା, ଆମ୍ବପୁଆ ଆଦି ଗ୍ରାମ ଗୁଡିକରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦଯାତ୍ରା କାର୍ୟ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଯୁବନେତା ନଚିକେତା ସ୍ୱାଇଁ, ଦିଲ୍ଲୀପ ପାଣିଗ୍ରାହୀ, ଅଭିମନ୍ୟୁ ନାହାକ ,ଭଗବାନ ସାହୁ,ଶିବ ନାହାକ, ରାଜେଶ ପଟ୍ଟନାୟକ,ମନୋଜ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହାକ, ମହିଳା ନେତ୍ରୀ ରଶ୍ମିତା ସେନାପତି, କଳ୍ପନା ଭୋଳ, ଏନ ଏ ସି ଉପାଧ୍ୟକ୍ଷା ଜୟନ୍ତୀ ବେହେରା, ମୁନା ବାରିକ, ଜୟସେନ ସ୍ୱାଇଁ, ପ୍ରତାପ ପ୍ରଧାନ, ସଞ୍ଜନ ସ୍ୱାଇଁ,ମନୋଜ ପୋଲାଈ,ଭଗବାନ ବିଶ୍ୱାଳ,ଚିତ୍ରସେନ ବିଶ୍ୱାଳ ସମେତ ବହୁ ଆଗଧାଡିର ନେତୃତ୍ୱ ଉପସ୍ଥିତ ଥିଲେ ।

Related posts

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ- 2026 ଜିଲ୍ଲାସ୍ତରୀୟ ଯୁଵୋତ୍ସବ

mahabharatanews

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews

ହକି ବିଶ୍ୱକପ ପାଇଁ ପଞ୍ଚାୟତରେ ଆୟୋଜନ ନହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

mahabharatanews