ଓଡିଶା

ଆସିକା ବିଜେଡିର ବ୍ଲକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା

ଆସିକା/କମଳିନୀ ହୋତା:ବିଜେଡି ପକ୍ଷରୁ ଗତକାଲି ଦୁଇଟି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।ପ୍ରଥମେ ମୁନିଗାଡ଼ି ପଂଚାୟତର କେଶରାପଲ୍ଲୀ ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମୁନିଗାଡ଼ି, ସିଂଗିପୁରୁ, ବନ୍ଥପଲ୍ଲୀ ଆଦି ଗ୍ରାମରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା କରି ଲୋକମାନଙ୍କୁ ଦଳୀୟ ନୀତି ଓ ଆଦର୍ଶ ସମ୍ପର୍କୀୟ ବାର୍ତ୍ତା ପ୍ରଦାନ କରିଥିଲା ଆସିକା ବିଜେଡି । ଦଳର ବହୁ ଆଗଧାଡିର ନେତୃତ୍ୱ ଏହି ପଦଯାତ୍ରାରେ ଯୋଗଦେଇଥିଲେ. ପରେ ପରେ ବାଙ୍ଗରଡ଼ା ପଂଚାୟତର ବାଙ୍ଗରଡ଼ା, ଖୁକୁଣ୍ଡିଆ, ପଣସପଲ୍ଲୀ, ନାହାଡା, ଆମ୍ବପୁଆ ଆଦି ଗ୍ରାମ ଗୁଡିକରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦଯାତ୍ରା କାର୍ୟ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଯୁବନେତା ନଚିକେତା ସ୍ୱାଇଁ, ଦିଲ୍ଲୀପ ପାଣିଗ୍ରାହୀ, ଅଭିମନ୍ୟୁ ନାହାକ ,ଭଗବାନ ସାହୁ,ଶିବ ନାହାକ, ରାଜେଶ ପଟ୍ଟନାୟକ,ମନୋଜ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହାକ, ମହିଳା ନେତ୍ରୀ ରଶ୍ମିତା ସେନାପତି, କଳ୍ପନା ଭୋଳ, ଏନ ଏ ସି ଉପାଧ୍ୟକ୍ଷା ଜୟନ୍ତୀ ବେହେରା, ମୁନା ବାରିକ, ଜୟସେନ ସ୍ୱାଇଁ, ପ୍ରତାପ ପ୍ରଧାନ, ସଞ୍ଜନ ସ୍ୱାଇଁ,ମନୋଜ ପୋଲାଈ,ଭଗବାନ ବିଶ୍ୱାଳ,ଚିତ୍ରସେନ ବିଶ୍ୱାଳ ସମେତ ବହୁ ଆଗଧାଡିର ନେତୃତ୍ୱ ଉପସ୍ଥିତ ଥିଲେ ।

Related posts

ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ମାକ୍ସ ବିତରଣ

mahabharatanews

କରୋନା ଆକ୍ରନ୍ତ ଚିହ୍ନଟ ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

mahabharatanews

ବଢ଼ିଲା ଯୁକ୍ତ୨ ଆବେଦନ ଅବଧି

mahabharatanews