ଓଡିଶାରାଜନୀତି

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର ଦାସ

ଧାମନଗର: ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ମନ୍ତ୍ରୀ ସମୀର ଦାସ ବାଦ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଉପରେ ଦଳ ସୁପ୍ରିମୋ ଖପ୍ପା ନେଇ ଚର୍ଚ୍ଚା, ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଯେଉଁ ନେତା ମନ୍ତ୍ରୀ ବିଧାୟକଙ୍କ ଉପରେ ଅସନ୍ତୁଷ୍ଟ ଥାଆନ୍ତି ତାହା ସିଧାସଳଖ ଭାବରେ ପ୍ରକାଶ ନ କରି ଏବେ ପରୋକ୍ଷରେ ସୂଚାଇ ଦେଉଛନ୍ତି ଏବଂ ସତର୍କ କରି ଦେଉଛନ୍ତି ବୋଲି କୁହାଯାଉଛି । ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀ ଦାସଙ୍କ ନାମ ସ୍ଥାନ ପାଇ ନାହିଁ । ତାଲିକାରୁ ତାଙ୍କୁ ବାଦ୍ ଦେବା ଫଳରେ ତାକୁ ନେଇ ଚର୍ଚ୍ଚା ଚାଲିଛି ।

ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ସମୀରଙ୍କ ନାଁରେ ଅଭିଯୋଗ ଆସିଛି । ବିଶେଷ କରି ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ଯେଉଁ କେତେ ଜଣଙ୍କ ନାଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି, ସେଥିରେ ମନ୍ତ୍ରୀ ସମୀର ଙ୍କ ନାଁ କହିଛନ୍ତି । ଏଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଚଳାଇଛନ୍ତି । ବିଭିନ୍ନ ବିକ୍ଷୋଭ ଓ ପ୍ରତିବାଦ ବିଜେପି ପକ୍ଷରୁ କରାଯାଉଛି । କଂଗ୍ରେସ ଯୁବ ସଂଗଠନ ମଧ୍ୟ ଆନ୍ଦୋଳନ କୁ ଓହ୍ଲାଇଛି । ଫଳରେ ମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଏ କ୍ଷେତ୍ରରେ ନିର୍ବାଚନ ପ୍ରଚାରରେ ସମୀର ଙ୍କୁ ସାମିଲ କଲେ ବିରୋଧୀଙ୍କୁ ଘଟଣା ସୁହାଇପାର,ଏଣୁ ଦଳର ସୁପ୍ରିମୋ ଘଟଣାର ଗୁରୁତ୍ୱକୁ ବୁଝି ମନ୍ତ୍ରୀ ଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ହଠାତ ନେଇ ନଥିଲେ ବି ସେ ମନ୍ତ୍ରୀଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି ଏହି ଧାରଣା ଦେବା ପାଇଁ ବୋଧ ହୁଏ ପ୍ରଚାରରୁ ଦୂରେଇ ରଖିଛନ୍ତି । ସମୀର ସମ୍ପୁର୍ଣ୍ଣ ଭାବରେ ଦୋଷ ମୁକ୍ତ ନୁହଁନ୍ତି ଏଭଳି ଏକ ସୂଚନା ମଧ୍ୟ ଦଳର ସୁପ୍ରିମୋ ଦେଇଥିବା କଥା ଆଲୋଚନା ହେଉଛି |

Related posts

ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ

mahabharatanews

କାରଗିଲରେ ଭୁକମ୍ପ ଝଟକା

mahabharatanews

ବଢୁଛି କରୋନା : ଦେଶରେ ଚତୁର୍ଥ ସ୍ଥାନରେ ଓଡିଶା

mahabharatanews