ବିଶ୍ୱ

ଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦ

ଇସ୍ଲାମଵାଦ : ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ଏହାପରେ ଇମ୍ରାନ ଆଉ ସଂସଦର ସଦସ୍ୟ ରହିପାରିବେ ନାହିଁ। ଇମ୍ରାନ ଖାନ ତୋଶଖାନା ବା ସରକାରୀ ଉପହାର ଜମା ହେଉଥିବା ପ୍ରତିଷ୍ଠାନକୁ ମିଥ୍ୟା ତଥ୍ୟ ଦେଇଥିଲେ। ଭୁଲ ତଥ୍ୟ ଦାଖଲ କରିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି। ଇମ୍ରାନଙ୍କ ସମର୍ଥକ ମାନେ ଏହି ଘୋଷଣା ପରେ ନିର୍ବାଚନ ଆୟୋଗ ସମ୍ମୁଖରେ ଗୁଳିମାଡ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଇସଲାମାବାଦରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଏହି ଘୋଷଣା ପରେ ଏବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାକିସ୍ତାନରେ କ୍ଷମତାରେ ଥିବା ମେଣ୍ଟ ସରକାରର ଜଣେ ସାଂସଦ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ କି, ଇମ୍ରାନ ଖାନ ତୋଶଖାନାରେ ଥିବା ଉପହାରଗୁଡିକ ଶସ୍ତା ଦାମରେ କିଣି ଏହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ଆବେଦନ ଉପରେ ନିର୍ବାଚନ ଆୟୋଗ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ଇମ୍ରାନ ଖାନ ୨୦୧୮ ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବଦେଶଗୁଡିକୁ ବୋଲିବାକୁ ଯିବା ବେଳେ ତାଙ୍କୁ ଅନେକ ଉପହାର ମିଳିଥିଲା । ଇମ୍ରାନ ଖାନ ସେହି ଉପହାରଗୁଡିକ ତୋଶଖାନାରେ ଜମା କରିଥିଲେ । ମାତ୍ର କିଛିଦିନ ପରେ ଇମ୍ରାନ ଖାନ ତୋଶଖାନାରୁ ଏହି ଉପହାରଗୁଡିକୁ ଶସ୍ତାଦାମରେ କିଣି ତାହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ପୁରା ପକ୍ରିୟାକୁ ସେ ଆଇନଗତ ଅନୁମତି ପାଇଥିଲେ । ଏହି ମାମଲାରେ ଶୁଣାଣି ବେଳେ ଇମ୍ରାନ ଖାନ ନିର୍ବାଚନ କମିଶନଙ୍କୁ କହିଥିଲେ କି ରାଜ୍ୟ ରାଜକୋଷରୁ ଏହି ଉପହାରଗୁଡିକୁ ସେ ୨.୧୫ କୋଟି ଟଙ୍କାରେ କିଣି ତାହାକୁ ୫.୮ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ ।

Related posts

ରୁଷର ମିସାଇଲ୍ ମାଡ଼ରେ ୨୩ ମୃତ

mahabharatanews

ଜଳୁଛି ବାଂଲାଦେଶ; ଭାରତ ସୀମାରେ ହାଇଆଲର୍ଟ

mahabharatanews

ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

mahabharatanews