ଓଡିଶା

ନିଶ୍ଚିତକୋଇଲିରେ ରକ୍ତଦାନ ଶିବିର

ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଂଚାୟତ ମା’ ଦକ୍ଷୀଣ କାଳୀ ସେବକ ସଂଘ ହରିରାଜପୁର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ହରିରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଯୁବନେତା ଗିରିଶ ରଞ୍ଜନ ମହାପାତ୍ର ଉଦଘାଟନ କରିଥିବା ବେଳେ ୨୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଭୁତି ଭୁଷଣ ଷଣ୍ଢ, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ମନୋଜ କୁମାର ସେଠୀ ଉପସ୍ଥିତ ଥିବା ବେଳେ ମା’ ଦକ୍ଷୀଣ କାଳୀ ସେବକ ସଂଘ ର ସଭାପତି ବିଜୟ କୁମାର ବାରିକ, ସଂପାଦକ ନିମାଇଁ ଚରଣ ସାହୁ, କିଶୋର ତ୍ରିପାଠୀ, ଦେବେନ୍ଦ୍ର ପଣ୍ଡା, ସୁରେନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରଦୀପ୍ତ କୁମାର ପରିଡ଼ା ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିର କୁ କଟକ ଏଚଡିଏଫସି ବ୍ୟାଙ୍କ୍ ସହଯୋଗର ହାତ ବଢ଼ାଇ ଥିବାବେଳେ କଟକ ଏସିବି ମେଡିକାଲର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।

Related posts

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣି

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ୧୮  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି 

mahabharatanews

ବନ୍ୟା ଘେରରେ ପୁରୀ ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତ

mahabharatanews