ଓଡିଶା

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନିସିକାନ୍ତ ମହାପାତ୍ର

ଗଞ୍ଜାମ /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମା ଶ୍ୟାମଳାଇ ମନ୍ଦିର କଲ୍ୟାଣମଣ୍ଡପରେ ଆମ୍ ଆଦମୀ ପାର୍ଟିର ହିଞ୍ଜିଳିକାଟୁ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଧାନସଭା ଇଂଚାର୍ଜ ମିଟୁ ସାବତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଆବାହକ ନିସିକାନ୍ତ ମହାପାତ୍ର ସଂମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ରାଉତ,ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଜିଲ୍ଲା ଉପସଭାପତି ସୁଧୀର ପ୍ରଧାନ, ସୁବାସ ପଶୁପାଳକ, ଜିଲ୍ଲା ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ବ୍ରହ୍ମପୁର ମେୟର ପାର୍ଥିନୀ ସୁଶ୍ରୀ ପ୍ରିୟଙ୍କା, ବ୍ରହ୍ମପୁର ମହାନଗର ନିଗମ ସଭାପତି ସି. ହରପ୍ରସାଦ, ମିଡିଆ ଇଂଚାର୍ଜ ରମେଶ ଚନ୍ଦ୍ର ବେହେରା ମଞ୍ଚସିନ ଥିଲେ । ହିଞ୍ଜିଳିକାଟୁକୁ ଭ୍ରଷ୍ଟାଚାର ମୁକ୍ତ କରିବା ଆମ୍ ଆଦମୀ ପାର୍ଟି ର ମୁଖ୍ୟ ଲକ୍ଷ୍ୟ । ତେଣୁ ଆଗାମୀ ଦିନରେ ହିଞ୍ଜିଳିକାଟୁ ବିଧାନସଭା କ୍ଷେତ୍ରରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ସମିଳନୀ ରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ମହିଳା ସମ୍ପାଦିକା ଆରତୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବିଧାନସଭାର ସମସ୍ତ ଯୋନରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

Related posts

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews