ଓଡିଶା

ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିଥିଲା

ଭୁବନେଶ୍ୱରରୁ ( ଆଶିଷ ରାଉତ):-ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ । ଏ ନେଇ ବିମାନ ଘରୋଇ ସଂସ୍ଥା ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛନ୍ତି । ଏନେଇ ଉଷା ପାଢ଼ୀ ମଧ୍ଯ ସୂଚନା ଦେଇଛନ୍ତି।ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିଥିଲା । ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅନୁମତି ଦେଇଥିଲେ । ଏହା ପରେ ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିବ। ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଶୁଭାରମ୍ଭ କରିବେ ।

ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ଏହି ୯ ସିଟ୍ ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ଜୟପୁର ଯିବାକୁ ଯାତ୍ରୀଙ୍କ ପାଇଁ ଟିକଟ ୯୯୯ ଟଙ୍କା ସହ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ମୋଟ ୧୦୪୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଲଗେଜରେ ୭ ରୁ ୧୫ କିଲୋ ମଧ୍ୟରେ ଜିନିଷ ନେଇପାରିବେ ବୋଲି ଇଣ୍ଡିଆନ ୱାନ ଏୟାର ସଂସ୍ଥା ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି

Related posts

ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀଙ୍କୁ ତାଲିମ ଦେବାକୁ ଦାବି

mahabharatanews

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

mahabharatanews

ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁ

mahabharatanews