ଓଡିଶାରାଜନୀତି

ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି

ଭୁବନେଶ୍ୱର (ଆଶିଷ ରାଉତ) ;- ବିଜେଡ଼ିର ପ୍ରଚାର ମଙ୍ଗ ଧରିଛନ୍ତି ସରକାରୀ ଅଧିକାରୀ । ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି । ଧାମନଗର ଉପନିର୍ବାଚନ ସମୟରେ ଦୁଇଟି ସ୍ଥାନରେ ସରକାରୀ ଅଧିକାରୀ ମାନେ ବିଜେଡି ପାଇଁ ପ୍ରଚାର କରୁଥିବାର ଭିଡିଓ ଓ ଫଟୋ ପ୍ରମାଣ ଦେଖାଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି । ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ବିଜେପିର ଟିମ ସିଇଓଙ୍କୁ ଭେଟିଛି ।

ବୟାଙ୍ଗ ଡ଼ିହି ପଂଚାୟତର ଗୋଠିଣା ଗାଁର ଅନଙ୍ଗ ମଞ୍ଜରୀ ବେହେରା ଯିଏକି ସିଆରିପି ଭାବେ କାର୍ଯ୍ୟରତ କରୁଛନ୍ତି ସେ ବିଜେଡି ପ୍ରଚାର କରୁଥିବା ସିଇଓଙ୍କୁ ଫଟୋ ସହ ପ୍ରମାଣ ଦେଇଛି ବିଜେପି । ସେହିପରି କୋଠାର ଅଞ୍ଚଳର ମା ଶାରଳା ଦେବୀ ମହାବିଦ୍ୟାଳୟର କ୍ଲର୍କ ରହିଥିବା ନୃସିଂହ ଚରଣ ନନ୍ଦୀ ମଧ୍ୟ ବିଜେଡି ପାଇଁ ପ୍ରଚାର କରୁଥିବାର ପ୍ରମାଣ ଦେଇଛି ବିଜେପି । ଏହା ସହ ବିଜେପି ଦାବି କରିଛି ଯେ ବିଜେଡି ଉତ୍ତରିୟ ପକାଇ ଶାସକ ଦଳର ପ୍ରଚାର କରୁଥିବା ସରକାରୀ ଅଧିକାରୀଙ୍କ ଉପରେ ଆକ୍ସନ ନିଆଯାଉ ।

Related posts

ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ଗାଡ଼ି, ଜଣେ ମୃତ

mahabharatanews

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews

୮ ମାସ ଧରି ମୁକୁଳା ପଡିଛି ଡ୍ରେନ୍, ଘଟି ଚାଲିଛି ଦୂର୍ଘଟଣା

mahabharatanews