ଭାରତ

ଗୁଜୁରାଟର ମୋର୍ବି ସହରର ଝୁଲା ପୋଲ ଛିଣ୍ଡିପଡି ୧୪୧ ଜଣଙ୍କ ମୃତ୍ୟୁ

ଗୁଜୁରାଟ: ଗତକାଲି ବିଳମ୍ବତ ରାତିରେ ଗୁରୁରାଟର ମୋର୍ବି ସହରରେ ଏକ ବଡ ଧରଣର ଅଘଟଣ ଘଟିଯାଇଛ। ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡିଯାଇ ୯୧ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଏହି ମୃତ୍ୟ ସଂଖ୍ୟା ବୃଦ୍ଧି ପାି ୧୪୧ରେ ପହଞ୍ଚିଛି । ସୂଚନାମୁତାବକ, ଛଟ୍ ପୂଜା ନିମନ୍ତେ ବହୁ ଜନ ସମାଗମ ପୋଲ ଉପରେ ହୋଇଥିଲା । ପୋଲ ଉପରେ ଏକା ସଙ୍ଗରେ ଏତେ ଲୋକ ନାଚକୁଦ କରି ମୌଜ ମଜଲିସ କରୁଥିବା ବେଳେ ଝୁଲା ପୋଲଟି ଭାରସ୍ୟାମ ହରାଇଥିଲା । ଯାହା ଫଳରେ ପୋଲଟି ଛିଣ୍ଟି ନଦୀ ଗର୍ଭରେ ପଡିଥିଲା । ଏଥିସହ ଶତାଧିକ ଲୋକ ନଦୀ ଗର୍ଭରେ ପଡିଥିଲେ ।

ଛଟ୍ ପୂଜା ପାଇ ନିମନ୍ତେ ପ୍ରାୟ ୫୦୦ ଜନ ସମାଗମ ହୋଇଥିଲା । ପୂଜାର ରିତୀନିତୀ ଚାଲଥିବା ବେଳେ ଦୁର୍ଗଟଣାଟି ଘଟିଥିଲା ।ତେବେ ସଙ୍ଗେ ସଙ୍ଗେ ଦୁର୍ଘଟଣା ସୂଚନା ମିଳିବାପରେ ସଙ୍ଗେ ସଙ୍ଗେ ରାଜକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ୬ଟି ବୋଟ୍ ଓ ୬ଟି ଆମ୍ବୁଲାନ୍ସ ପଠାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ଓ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ମୃତାହତଙ୍କ ସମ୍ପର୍କରେ ସୂଚନା ପାଇବାକୁ ମୋର୍ଚି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ହେଲପ୍ ଲାଇନ ନମ୍ବର (୦୨୮୨୨-୨୪୩୩୦୦) ଖୋଲାଯାଇଛି ।
ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ୫ ଜଣିଆ ଏସ୍ଆଇଟି ଗଠନ କରିଛନ୍ତି। ଏଥିରେ ପୌର ପ୍ରଶାସନ ଦାୟିତ୍ୱରେ ଥିବା ଜଣେ ଆଇଏଏସ ଅଫିସର, ଜଣେ ଚିଫ୍ ଇଞ୍ଜିନିୟର, ଜଣେ ଷ୍ଟ୍ରକ୍ଚରାଲ ଇଞ୍ଜିନିୟର, ପୂର୍ତ୍ତ ବିଭାଗ ସଚିବ ଏବଂ କ୍ରାଇମବ୍ରାଞ୍ଚ୍ ଆଇଜିଙ୍କୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Related posts

କେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

mahabharatanews

ବିପଦ ସଂଙ୍କେତ ଛୁଇଁଲା ଯମୁନା ଜଳସ୍ତର, ଜନଜୀବନ ଅସ୍ତବ୍ୟସ୍ତ

mahabharatanews

ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ

mahabharatanews