ଓଡିଶା

ଗୋପାଳଜିଉଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଗୋପ /ଜୟନ୍ତ ସେଠୀ:ଆସନ୍ତା ବୁଧବାର ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡ ର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳଜିଉ ମନ୍ଦିର ।ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ସଠିକ୍ ସମୟରେ ଦେବନିତୀ ସଂପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୈ।ଳିକ ସୁବିଧା ସୁଯୋଗ ଭକ୍ତ ମାନଙ୍କୁ ଯୋଗାଇ ଦେବା ପ।ଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶ୍ରୀରାଧାଙ୍କର ଓଡିଅଣୀ ବେଶ ଦର୍ଶନ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ବର୍ଷକରେ ଥରେ ଭକ୍ତ ମାନଙ୍କୁ ଓଡିଅ।ଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଏହି ଅଁଳା ନବମୀ ଦିନ । ଭକ୍ତ ମାନେ ଉକ୍ତ ଦିନ ଅଁଳା ଗଛକୁ ପୂଜାଚ୍ଚନା କରିବା ସହିତ ରାଧାଙ୍କର ପାଦ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି । ମାତ୍ର କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତ ଙ୍କୁ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ମାତ୍ର ଚଳିତ ବର୍ଷ କଟକଣା କୋହଳ ପରେ ଭକ୍ତ ଦର୍ଶନ ର ସୁଯୋଗ ପାଇବେ ।ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଦେଵ ନିତୀ ନିଦ୍ଧାରଣ କରାଯାଇଛି । ସେବାୟତ ମାନଙ୍କ ଦ୍ଵାରା ମଙ୍ଗଳା ଅଳତୀ, ମର୍ଦନ ଅବକାଶ, ନଟବର ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକ।ଳ ଧୂପ,ମଦନ ମୋହନ ଭୋଗ, ଅ।ଦି ମାଙ୍କର ସେବା ରୀତିନିତୀ ସଂପନ୍ନ ପରେ ଭୋର ୫ ଟା ଠାରୁ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି ।

Related posts

ଗୋଷ୍ଠୀ ସଂଘର୍ଷ ନ ହେବା ପାଇଁ ୧୪୪ ଧାରା

mahabharatanews

ଅରୁଣ ଦେଙ୍କୁ ଶ୍ରଦ୍ଧାଞଳି

mahabharatanews

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୭୩ ମୃତ୍ୟୁ, ମୃତ୍ୟୁସଂଖ୍ୟ ଛୁଇଁଲା ୫୬୪

mahabharatanews