ବିଶ୍ୱ

 ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟ

ବ୍ୟୁରୋ : ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ | ୨୩ଟନ୍ ଓଜନର ଚୀନ୍ର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାଇ ଦେଇଥିଲେ ଯେ, ଏହାର ଧ୍ୱଂସାବଶେଷ ଯେକୌଣସି ମୁହୁର୍ତରେ ପୃଥିବୀ ପୃଷ୍ଠର ଯେ କୌଣସି ସ୍ଥାନରେ ପଡିପାରେ ।ଏବେ ଆମେରିକା ସ୍ପେଶ କମାଣ୍ଡ ସ୍ପଷ୍ଟ କରିଛି ଯେ, ଏହାର ଧ୍ୱଂସାବଶେଷ ପ୍ରଶାନ୍ତ ମହାସାଗରରେ ପଡିଛି ।

ଅନିୟନ୍ତ୍ରିତ ହୋଇପଡିଥିବା ଚୀନ୍ ରକେଟ ଶୁକ୍ରବାର ୪ଟା ୬ମିନିଟରେ ପ୍ରଶାନ୍ତ ମହାସାଗରରେ ପଡିଥିବା ଟ୍ୱିଟ କରି ସୂଚନା ଦେଇଛି ଆମେରିକା ସ୍ପେଶ କମାଣ୍ଡ । ଚୀନ୍ ରକେଟର ବିଫଳ ଲଂଚିଂ ପରେ ଏହାକୁ ନେଇ ଚେତାବନୀ ଦେଇଥିଲେ ବୈଜ୍ଞାନିକ । ଏହା ପୃଥିବୀ ପୃଷ୍ଠକୁ ଖସି ପଡିବା ପରେ ବିଭିନ୍ନ ଦେଶ ଉପରେ ବିପଦ ବଢିପାରେ ବୋଲି କୁହାଯାଇଥିଲା । ଏବେ କିନ୍ତୁ ଏହି ବିପଦ ଟଳିଯାଇଛି ।

Related posts

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତ

mahabharatanews

ଚାର୍ଲସ ୩ୟ ହେଲେ ବ୍ରିଟେନର ନୂଆ ମହାରାଜା

mahabharatanews