ଅପରାଧଓଡିଶା

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ବଣାଇ: ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର | ମୃତକ ଜିନ୍ଦଲର ଲଜିଷ୍ଟିକାଲ ମ୍ୟାନେଜର ମୋତିରାମ ତିୱାରୀ । ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳର ବରସୁଆଁ ସ୍ଥିତ ଗେଷ୍ଟ ହାଉସରୁ ମୋତିରାମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ରୁମରେ ରକ୍ତ ପଡିଛି ; କେହି ଦୁର୍ବୃତ୍ତ ପିଟିପିଟି ହତ୍ୟା କରିଥିବା ସନ୍ଦେହ | ଖବର ପାଇ ଲହୁଣିପଡା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ସାଇନଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି ।

କିଛି ଦିନ ହେଲା ଗେଷ୍ଟ ହାଉସରେ ରହୁଥିଲେ ମୋତିରାମ ପାଲ | ହତ୍ୟା ପଛର କାରଣ କଣ କିଛି ଜଣାପଡି ନାହିଁ । ଜିନ୍ଦଲ ଅଧିକାରୀଙ୍କୁ ହତ୍ୟା ଖବର ଅଞ୍ଚଳରେ ଚାଞ୍ଚଲଯ ଖେଳାଇ ଦେଇଛି । ବରସୁଆଁ ରେଳ ସାଇଡିଂ ଠାରେ ଗତବର୍ଷଠୁ ବହୁ ସମୟରେ ଉତେଜନା ଲାଗି ରହିଥିଲା । ଏଣୁ କେହି ତାଙ୍କୁ କିଏ ହତ୍ୟା କରିଥିବା ଅନୁମାନ କରାଯାଉଛି |

Related posts

ବାସ୍ତବତାକୁ ଲୁଚାଇବାକୁ ଫ୍ୟାନ କ୍ଲବର ସୃଷ୍ଟି

mahabharatanews

୭ମ ତମ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡ଼ନ୍ତି ମହାନ ଜନନାୟକ ଜାନକୀ

mahabharatanews

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews