ନୂଆଦିଲ୍ଲୀ:ଆସିଲା ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ । ଜାରି ରହିବ ଗରିବ କୋଟା ତଥା ଇଏସଡବ୍ଲୁ ଆରକ୍ଷଣ । ଏ ନେଇ ସିଜିଆଇ ୟୁୟୁ ଲଳିତଙ୍କ ଗଠିତ ୫ ଜଣିଆ ଖଣ୍ଡପୀଠାର ଏପରି ଶୁଣାଣି ହୋଇଛି । ଇଏସଡବ୍ଲୁ ଆରକ୍ଷଣ ସପକ୍ଷରେ ଯାଇଛନ୍ତି ୪ ଜଣିଆ ଜଷ୍ଟିସ । ଫଳରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ କୋଟା ରହିଛି । ଏହା ସହ ସରାକାରୀ ଚାକିରି ଉଚ୍ଚଶିକ୍ଷାରେ ୧୦ ପ୍ରତିଶତ କୋଟା ମିଳିବା ସୁନିଶ୍ଚିତ । ତେବେ ଏ ନେଇ ଜଷ୍ଟିସ ଦୀନେଶ ମହେଶ୍ୱରୀ ଇଏସଡବ୍ଲୁ ସଂରକ୍ଷଣକୁ ସମର୍ଥନ ଜଣାଇଛନ୍ତି । ମହେଶ୍ୱରୀଙ୍କ ବ୍ୟତୀତ ଜଷ୍ଟିସ ବେଲା ଏମ ତ୍ରିବେଦି ଏବଂ ଜଷ୍ଟିସ ତ୍ରିବେଦୀ କୋଟା ମଧ୍ୟ ଇଏସଡବ୍ଲୁ କୋଟା ସପକ୍ଷରେ ନିଜର ମତ ଦେଇଛନ୍ତି । ଏଥିରେ ବିଶେଷ କରି ଆର୍ଥିକ ଅନଗ୍ରସର ଲୋକ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନକୁ ଚାଲେଞ୍ଚ କରାଯାଇଥିବା ଆବେଦନ ଉପରେ ଆଜି ସବୋର୍ଚ୍ଚ ନ୍ୟାୟଳୟ ତାଙ୍କର ରାୟ ଶୁଣାଇଛନ୍ତି ।
previous post
